
ବିନିକା, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ପ୍ରଶାନ୍ତି ଟ୍ରଷ୍ଟ ସହାୟତାରେ ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମାତା ବ୍ରହ୍ମାନନ୍ଦମୟୀଙ୍କ ନିର୍ଦ୍ଦେଶନା ଓ ଗୁରୁଜୀ ଶ୍ରୀ ବନମାଳୀ ଜୀଙ୍କ ତତ୍ୱାବଧାନରେ ଆୟୁର୍ବେଦର ପ୍ରଚାର ପ୍ରସାର ତଥା ସାଧାରଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସୁବିଧା ପହଂଚାଇବା ପାଇଁ ଅନୁଷ୍ଠିତ ଏହି ଶିବିରକୁ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଧୀରେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରେଖା ପଧାନ ସମ୍ମାନିତ ଅତିଥି, ବଲାଙ୍ଗିସର ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଡ଼. ଦୈତାରୀ ପୂଜାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର କାୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ବଳରାମ ପଧାନ, ପଞ୍ଚକର୍ମ ବିଶେଷଜ୍ଞ ତ୍ରିଲୋଚନ ପଣ୍ଡା, ଶୈଲ୍ୟତନ୍ତ୍ର ବିଶେଷଜ୍ଞ ଯଶୋବନ୍ତ ସାହୁ ଶତାଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ନିଃଶୁଳ୍କ ଔଷଧ ଟ୍ରଷ୍ଟ ତରଫରୁ ଯୋଗାଇ ଦିଆଯାଇଥିଲା । ମହାନଦୀ ନେତ୍ରାଳୟର ଡାକ୍ତର ଚକ୍ଷୁରୋଗ ବିଶେଷଜ୍ଞ କୁଶଲ ପଟେଲ, ଚନ୍ଦ୍ରଶେଖର ନନ୍ଦ, ସନ୍ଧ୍ୟାରାଣୀ ପଧାନ, ସ୍ମରଣିକା ମହାଳିକ, ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିଥିଲେ । ସଂଯୋଜକ ଅଚ୍ୟୁତାନନ୍ଦ ପୁରୋହିତ, ଭବାନୀ ଚାନ୍ଦ, ବୈଶମ୍ପାୟନ ପଣ୍ଡା ଓ ସଂସ୍ଥାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ସ୍ଥାନୀୟ ଯୁବ ରେଡ଼କ୍ରସ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ପଶ୍ଚିମଓଡିଶା ନିର୍ଦ୍ଦେଶକ ପ୍ରେମାନନ୍ଦ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।