oom

ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ତାଙ୍କର ଦିନିକିଆ ରାଉରକେଲା ଗସ୍ତ ଅବସରରେ ପ୍ରଥମ ଥର ପାଇଁ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ କରି ବୃକ୍ଷଚାରା ରୋପଣ କରିଛନ୍ତି । ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମା’ ପାଇଁ ଗଛଟିଏ ୨.୦ କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଭୋଇ ଯୋଗଦେଇ ବୃକ୍ଷଚାରା ରୋପଣ କରି ସବୁଜ ପରିବେଶର ବାର୍ତ୍ତା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ, ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ମାୟାଧର ବାରିକ, ସମୀର ସୌରଭ ପୃଷ୍ଟି, ଡ. ପ୍ରତାପ କୁମାର ସ୍ୱେଇଁ, ମହନ୍ଦ୍ର ତନୟ ଟୁଡୂ, ସୁରତ ଗିରି, ପ୍ରଦୀପ ଟୋପ୍ପୋ, ଶନିରାମ କେର୍କେଟା, ଡ. ଦୀପକ କୁମାର ସିଂହ ଏବଂ ପ୍ରଫେସର ବିଜୟ କୁମାର ବେହେରାଙ୍କ ସମେତ ଅଧ୍ୟାପିକା ମମତା ବାକ୍ସଲା, ଡ. ସ୍ମୃତି ସ୍ନିଗ୍ଧା ମିଶ୍ର, ନମିତା ସ୍ୱାଇଁ, ବାସନ୍ତୀ କୁଜୁର, ଲଳିତା ମୁକ୍ତା ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ତଥା କ୍ରୀଡ଼ା ଶିକ୍ଷକ କ୍ୟାପଟେନ ମୀନା ଦାସଙ୍କ ନେତୃତ୍ୱରେ ଏନ୍‌ସିସି କ୍ୟାଡେଟମାନେ ଉପବାଚସ୍ପତିଙ୍କୁ ସ୍ୱାଗତ କରିବା ସହ ବୃକ୍ଷରୋପଣ କରିବାରେ ସହାୟତା କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକା, ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.