oom

ବଙ୍ଗୋମୁଣ୍ଡାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ : ସ୍ୱାସ୍ଥ୍ୟ ସେବା ସୁଧାର ନ ହେଲେ ଆନ୍ଦୋଳନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା କୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ପୂର୍ବତନ ବିଜେଡି ଯୁବ ସମ୍ପାଦକ ଅଜିତ କୁମାର ଯୋଶୀ । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମିତ ହେବାର ୬ ମାସ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ । ନୂତନ କୋଠାରେ କାର୍ଯ୍ୟକ୍ଷମ କରାଯିବା ସହ ଅନ୍ୟତ୍ର ବଦଳି କରାଯାଇଥିବା କର୍ମଚାରୀ ମାନଙ୍କୁ ପୁନଃ ଅବସ୍ଥାପିତ କରାଯାଉ ।୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଦାବି କରିଥିଲେ । ସ୍ଵାସ୍ଥ୍ୟ ସେବାର ସୁଧାର ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଟୁ ସରାଫ, ପିଙ୍କୁ ସାହୁ, ଆକାଶ ପାତ୍ର, ସଞ୍ଜୟ ସାହୁ, ବାଳକୃଷ୍ଣ ଭାଟି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.