pr

ଛତ୍ରପୁର ଜେଲରୋଡ଼ ହନୁମାନ ମନ୍ଦିର ସ୍ଥାପନ ପାଇଁ ଶୁଭାରମ୍ଭ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସବ-ଜେଲରେ ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ଜେଲ ସୁପେରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ସାହୁଙ୍କ କରକମଳରେ ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପାଣ୍ଠି ଦିଆଯାଇଥିବା ଅନୁଦାନ ରାଶିରେ ନୂତନ ମନ୍ଦିର କାର୍ଯ୍ୟ ଶୁଭ ଦିଆଯାଇଥିଲା । ଏହି ଅବସରରେ ଜେଲ ଫାର୍ମାସିଷ୍ଟ ମାଥୁ କିସକୁ, ସମାଜ ସେବୀ ତଥା ମନ୍ଦିର କମିଟୀ ସଦସ୍ୟ ଦେବାଶିଷ ପଟ୍ଟନାୟକ, ରାମକୃଷ୍ଣ ମହାପାତ୍ର, ମନ୍ଦିର ପୂଜକ ତାରିଣୀ ଚରଣ ପଣ୍ଡା, କମିଟୀ ସଦସ୍ୟ ଅରୁଣ ପଣ୍ଡା, ସୁରୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିରର ଶୁଭକାର୍ଯ୍ୟର ଆବାହନ ସଂସ୍ଥାପନ କରାଯାଇଥିଲା । ନାନା ପୂଜାର୍ଚ୍ଚନା ସହିତ ଶୁଭ ଦିଆଯାଇଥିଲା । ଏହାକୁ ଅତିଶୀଘ୍ର ପୂର୍ଣ୍ଣାଙ୍ଗ କରି ପ୍ରତିଷ୍ଠା କରିବା ପାଇଁ ମନ୍ଦିର କମିଟୀ, ଜେଲ ଅଧିକାରୀ ଏବଂ ମନ୍ଦିରର ମିସ୍ତ୍ରୀ-ଅଜିତ ପଣ୍ଡା, ଜିତେନ୍ଦ୍ର ବେହେରାଙ୍କ ସହିତ ଚର୍ଚ୍ଚା ହୋଇଥିଲା । ମନ୍ଦିର ମୁଖ୍ୟ ପଣ୍ଡିତ ଶ୍ରୀ ସରୋଜ ଶତପଥୀ ଓ ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କମିଟୀ ସଂଯୋଜକ କମଳ ପଣ୍ଡା ସୂଚନା ଦେଇଥିଲେ । ଏହି ନୂତନ ମନ୍ଦିର ପୂର୍ଣ୍ଣାଙ୍ଗ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆକୁଣ୍ଠିତ ସାହାର୍ଯ୍ୟ ସହଯୋଗ କରିବା ପାଇଁ ମନ୍ଦିର କମିଟୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

nrusinghnath
Leave A Reply

Your email address will not be published.