oom

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲାର ଆଜି ୮ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ୧୦-୦ ଗୋଲରେ ଘୁଚେପାଲିକୁ ହରାଇଛି । ଅତିଥି ଭାବେ ପୂର୍ବତନ ଖେଳାଳି ଲୋକନାଥ ନେପାକ ଓ କାଳେନ୍ଦ୍ର ପ୍ରସାଦ ନାଗ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଖେଳକୁ ବିକି ବିଶି, ରାଜେନ୍ଦ୍ର ସେଠ, ନରସିଂସ୍ୱାମୀ ନାଇଡୁ ଓ ଜିତୁ ଦଲାଇ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସୁଜିଆ ୪-୨ ଗୋଲରେ ଚନ୍ଦନଭାଟିକୁ ହରାଇଛି । ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ ଚେୟାରମେନ ଗୋଲାପ ବାଗ ଯୋଗ ଦେଇଥିଲେ । ଖେଳକୁ ସଂଜିବ ମହାରଣା, ସୁରେଶ ନାଏକ, ଉମେଶ ଭୋଇ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ନକଟାସର ୩-୦ ଗୋଲରେ ଗେର୍ଡିକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ନୀଳମଣି ଦଣ୍ଡସେନା ଓ ଲୋକନାଥ କୁମୁରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ମଣ୍ଟୁ ବେହେରା, ପୁରୁଷୋତ୍ତମ ବୁଡେକ ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ୩-୦ ଗୋଲରେ ଚନ୍ଦ୍ରପୁର କୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଜରାସିଂହା ଯୁକ୍ତଦୁଇ ଅଧ୍ୟକ୍ଷ ବସନ୍ତ ମନହିରା, ଅଧ୍ୟାପକ ରଂଜନ ପାଣିଗ୍ରାହୀ ଓ ଧୁବାଇ ପଟେଲ, ପୂର୍ବତନ ଖେଳାଳି ସୁଦାମ ବାଗ ଯୋଗ ଦେଇଥିଲେ । ଖେଳକୁ ସଂଜନ କୁଦେଇ, ଡୋଳାମଣି ବଗର୍ତ୍ତି, ସତ୍ୟ ଦଣ୍ଡସେନା ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କେଏଫ୍‌ସି କଣ୍ଟାବାଞ୍ଜି ୧-୦ ଗୋଲରେ ବିଏସ୍‌ଏଫ୍‌ସି କଣ୍ଟାବାଞ୍ଜିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ କ୍ରୀଡା ସଂସଦ କାଉନସିଲ ସଭ୍ୟ ବିଜୟ କୁମାର ବନସଲ ଯୋଗ ଦେଇଥିଲେ । ଖେଳକୁ ଦୁଷ୍ମନ୍ତ ସାହୁ, ଡିସାମ୍ବର ଭୋଇ, ଦୁଷ୍ମନ୍ତ ବେହେରା ଓ ସୁନିଶ ପ୍ରଧାନୀ ପରି·ଳନା କରିଥିଲେ । ଖୁଜେନପାଲି ପଡିଆରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ଜେଏଫ୍‌ଏ ମହିମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ସିର୍ଦେଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ପୂର୍ବତନ ଖେଳାଳି ସୁଦାମ ପାଣିଗ୍ରାହୀ ଯୋଗ ଦେଇଥିଲେ । ଖେଳକୁ ଅବଦୁଲ ମୁଜିବ, ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ, ଶୁଶାନ୍ତ ନାଗ ଓ ଖୁସିରାମ ମଲ୍ଲିକ ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବଲାଙ୍ଗିର ପୋଲିସ ଟିମ୍‌ ୩-୦ ଗୋଲରେ ଅମାମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବରେ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଯୋଗ ଦେଇଥିବା ବେଳେ କ୍ରୀଡା ସଂସଦ ସଦସ୍ୟ ଦିଲପ ବେହେରା ମଂଚାସିନ ଥିଲେ । ଖେଳକୁ ବିଜୟ ରଣା, ଗୋପାଳ ପ୍ରଧାନ, କରୁଣାକର ପ୍ରଧାନ, ପ୍ରଦୀପ ବଗର୍ତ୍ତି ଓ ଅଞ୍ଜନ ବେସ୍ରା ପରିଚାଳନା କରିଥିିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଜୁରାବନ୍ଧ କେସିୟୁ ୪-୧ ଗୋଲରେ ରାଇଜିଂ ଷ୍ଟାର ଟିଟିଲାଗଡକୁ ହରାଇ ବିଜୟ ହୋଇଛି । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ । ଖେଳକୁ ଆଶିର୍ବାଦ ସା, ମୋହନ ପ୍ରଧାନୀ, ପ୍ରିତମ ନାଏକ, ଆଶିଷଦେବ ସା ଓ ଧବଳେଶ୍ୱର ଦଳବେହେରା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.