oom

ଲଡୁଗାଁ ବାନେର ରାସ୍ତା ଅବସ୍ଥା ଶୋଚନୀୟ : ରାସ୍ତା ନିର୍ମାଣ କେବେ ହେବ ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ

jsmm

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରୁ ଜୟପାଟଣା ବ୍ଲକ ବାନେରକୁ ସଂଯୋଗ କରୁଥିବା ୧୪କିମି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ହେବ ଅତି ଶୋଚନୀୟ ହୋଇପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇପଡିଛି । କୋକସରା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ, ଏହି ସହର ଉପରେ ଦୈନିକ କୋକସରାର ୨୨ପଞ୍ଚାୟତ ସମେତ ଜୟପାଟଣା ବ୍ଲକର ଉଛୁଲା, ରେଙ୍ଗାଳପାଲି, ଭଇରିପାଲି, ପୁଝାରିଗୁଡା ପଞ୍ଚାୟତ ଅଞ୍ଚଳର ଅଞ୍ଚଳବାସୀ ନିର୍ଭରଶୀଳ । ଲଡୁଗାଁକୁ ଆସିବା ପାଇଁ ମାତ୍ର ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ରାସ୍ତାରେ ବଡ଼ ବଡ଼ ଖାଲଖମା ଓ ଏବେ ବର୍ଷା ଯୋଗୁଁ ରାସ୍ତା ସାରା ପାଣି କାଦୁଅ ସରସର ହୋଇ ଲୋକଙ୍କ ପାଇଁ ଦୁର୍ଦ୍ଦଶାର କାରଣ ସାଜିଛି । ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାବେଳେ ଏବେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ତେବେ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜନୈକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ମିଳିଥିବା ନେଇ ବିଭାଗୀୟ ଯନ୍ତ୍ରୀ ନବ କିଶୋର ବେହେରା ସୂଚନା ଦେଇଥିବାବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବିଗତ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିବାବେଳେ ତତ୍କାଳୀନ ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରତିଶ୍ରୁତିର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଶାସନର ନାଲି ଫିତା ତଳେ ଅଟକି ରହିଛି । ରାସ୍ତା ନିର୍ମାଣ ନେଇ ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ପୁଣି ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଅଞ୍ଚଳର ସଚେତନ ନାଗରିକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.