oom

“ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ “

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାଠାରେ ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ଅବସରରେ ଏକ ଆଲୋଚନା ଚକ୍ର ଏବଂ ବିଦ୍ୟୁତ ସୁରକ୍ଷା ଓ ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତଥା ବୈଦ୍ୟୁତିକ ନିରୀକ୍ଷକ ଅନିଲ କୁମାର ବେହେରା ଯୋଗଦେଇ ବିଦ୍ୟୁତ ସୁରକ୍ଷା ଓ ନିରାପତ୍ତା ବିଷୟରେ ସଚେତନ କରିଥିଲେ । ଏଥିରେ ବିଦ୍ୟୁତ ବିଭାଗ ସହାୟକ ନିର୍ବାହୀ ଯନ୍ତ୍ରୀ ଦେବାର୍ଚନ ମହାନନ୍ଦ ଏହି ସପ୍ତାହର ମହତ୍ତ୍ୱ ଓ ବିଦ୍ୟୁତ ବ୍ୟବହାର କିପରି କରିବେ ପୁଙ୍ଖାନୁପୁଙ୍ଖଭାବେ ପିପିଟି ମାଧ୍ୟମରେ ଆଲୋଚନା କରିଥିଲେ । ସହାୟକ ନିର୍ବାହୀ ଯନ୍ତ୍ରୀ ରୁଚିରା ତ୍ରିପାଠୀ ଯୋଗଦେଇ ସଚେତନ କରିଥିଲେ । ଏଥିରେ ଶିକ୍ଷକ ନିଲାମ୍ବର ନନ୍ଦ, ଶିକ୍ଷୟିତ୍ରୀ ଶ୍ରୀମସୂତା ମଲ୍ଲିକ, ଅପର୍ଣ୍ଣା ପଟେଲ, ମଞ୍ଜରୀ ସୁନା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପବିତ୍ର ମୋହନ ପଧାନ ସହାୟତା କରିଥିଲେ । ସଭା ଶେଷରେ ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.