ଅବସରନେଲେ ଭାରପ୍ରାପ୍ତ ଅଧ୍ୟକ୍ଷ ସର୍ବେଶ୍ୱର ସିଟ୍

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସର୍ବେଶ୍ୱର ସିଟ ଗତ ତା- ୩୦.୬.୨୫ ରିଖ ସୋମବାର ଅପରାହ୍ଣରେ ଅବସର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ସିଟ୍ ତା- ୧.୭.୧୯୮୮ ମସିହାରୁ ତା- ୩୦.୩.୨୦୨୫ ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଭାବେ ୩୮ ବର୍ଷ ଶିକ୍ଷାଦାନ କରିବା ପରେ ତା- ୧.୪.୨୦୨୫ ମସିହାରୁ ତା-୩୦.୬.୨୦୨୫ ମସିହା ଯାଏଁ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଅବସର ଗ୍ରହଣ କରିଛନ୍ତି । ଜଣେ ଆଦର୍ଶ ଅଧ୍ୟାପକ ଭାବେ ରାଜନୀତି ବିଜ୍ଞାନ ବିଷୟରେ ଶିକ୍ଷାଦାନ କରି ଶହ ଶହ ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବା ଦିଗରେ ଶ୍ରୀଯୁକ୍ତ ସିଟଙ୍କ ଅବଦାନ ଅତୁଳନୀୟ । ଏନେଇ ଏକ ଅବସରକାଳୀନ ସଭାର ଅୟୋଜନ ହୋଇଥିଲା । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବଡ଼ବାବୁ ରମେଶ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷା ବସୁମତି ପତି, ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ ଶିବନାରାୟଣ ପାତ୍ର, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ରାଜେଶ କୁମାର ଦାସ, ଅଧ୍ୟାପକ ଶିବପ୍ରସାଦ ଜେନା, ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁ, ଅଧ୍ୟାପିକା ସବିତା ରାଣୀ ରାଉତ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ସିଟଙ୍କ ନିଷ୍ଠା, ତ୍ୟାଗ, କର୍ତ୍ତବ୍ୟ ଏବଂ ପାଠପଢ଼ା ଶୈଳୀ ଉପରେ ଆଲୋକପାତ କରିଥିଲେ । ଏଥିରେ ଦ୍ୱିତୀୟ ବର୍ଷର ବହୁ ଛାତ୍ରୀ ଉପସ୍ଥିତ ହୋଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଟଙ୍କ ଦୀର୍ଘାୟୁ ଜୀବନ କାମନା କରିବା ସହିତ ଆଶୀର୍ବାଦ ନେଇଥିଲେ ।

Leave A Reply

Your email address will not be published.