
ସଇଁତଲା, (ଖୁସିରାନି ସାହୁ) : ସଇଁତଳା ବ୍ଲକ୍ ଅନ୍ତର୍ଗତ ଲାଚୁଟ୍ ଗ୍ରାମକୁ ଯାଇଥିବା ରାସ୍ତା ଦୀର୍ଘଦିନ ହେଲା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା । ଏହି ରାସ୍ତା ଉପରେ ପ୍ରତିଦିନ ଶହଶହ ଲୋକ ନିର୍ଭରଶୀଳ ହେଉଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନାହିଁ । ତେଣୁ, ଆଜି ସମାଜସେବୀ ୱିସଡମ୍ ଯାଦବଙ୍କ ନେତୃତ୍ୱରେ ଗ୍ରାମର କିଛି ଯୁବକ ନିଜ ଉଦ୍ୟମରେ ରାସ୍ତାର ମରାମତି କାର୍ଯ୍ୟ କରିଛନ୍ତି । ସେମାନେ ହେଲେ ସୁଧୀର କୁମାର୍ ସାହୁ, ଶଶୀଭୂଷଣ ଭୋଇ, ତ୍ରିଲୋଚନ ସାହୁ, ଫକୀର ସାହୁ, ସୁବାଷ କୁମାର, ରୋହିତ ଚନ୍ଦନ, ମନୋରଞ୍ଜନ ପଟ୍ଟନାୟକ ଓ ସୁରେଶ ପଧାନ । ସମାଜସେବୀ ୱିସଡମ୍ ଯାଦବ ତଥା ଯୁବକମାନଙ୍କର ଏପରି ମହତ କାର୍ଯ୍ୟକୁ ଅଂଚଳର ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।