oom

ଅଧକ୍ଷଙ୍କ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ପ୍ରଧ୍ୟାପକ ସରୋଜ କୁମାର ବଳିୟାରସିଂହଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସୋମବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ଡ଼ଃ ସ୍ନେହାଞ୍ଜଳୀ ମହାନ୍ତିଙ୍କ ସଭାପତିତ୍ୱ କରିଥିଲା ବେଳେ ଅଧ୍ୟାପିକା ତନ୍ମୟୀ ମହାପାତ୍ର ସଭା ପରଚାଳନାରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥିରୂପେ ପ୍ରାକ୍ତନ ପ୍ରଥମ ଅଧକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ, ମୁଖବକ୍ତା ଭାବେ ପୂର୍ବତ୍ତନ ଅଧକ୍ଷ ଡ଼.ଅଶୋକ ମହାନ୍ତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ଡ଼. ଶରତ ଚନ୍ଦ୍ର ବିଶ୍ଵାଳ, ପ୍ରଧ୍ୟାପକ ଅଭୟ ଚରଣ ରାଉତରାୟ, ପ୍ରଧ୍ୟାପକ ଘନଶ୍ୟାମ ସ୍ୱାଇଁ, ଅଧ୍ୟାପକ ସୁକାନ୍ତ କୁମାର ପଣ୍ଡା, ଅତୁଲ କୁମାର ଦାସ, ଡ଼. ପ୍ରତିଭା ମହାନ୍ତି, ପୂର୍ବତନ ବରିଷ୍ଠ କିରାଣୀ ଶରତ କୁମାର ରାଉତ, ଗଙ୍ଗାଧର ଜେନା ଯୋଗ ଦେଇଥିଲେ । ଓଡିଆ ବିଭାଗର ଅଧ୍ୟାପିକା ଡ଼. ସ୍ନେହାଞ୍ଜଳୀ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଦାୟୀ ଅଧକ୍ଷ ପ୍ରଧ୍ୟାପକ ସରୋଜ କୁମାର ବଳିୟାରସିଂହଙ୍କୁ ଉତ୍ତରୀୟ, ମାନପତ୍ର, ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତେ ବିଦ୍ୟୟୀ ଅଧକ୍ଷଙ୍କ ଦୀର୍ଘ ୩୫ ବର୍ଷର ଅଧ୍ୟାପନା ସମ୍ପର୍କ ରେ ଆଲୋଚନା ଓ ଗୁଣଗାନ କରିଥିଲେ । ଏହି ଅବକାଶରେ ନବନିଯୁକ୍ତ ପିଜିଟି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟୀ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଅଧ୍ୟାପିକା ସୁମଞ୍ଜୁଳା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଜତେନ୍ଦ୍ର କୁମାର ମଲ୍ଲିକ, ଗୀତାଞ୍ଜଳି ସାହୁ, ରାକେଶ ସ୍ୱାଇଁ, ଭୂମିକା ଜାଲି, ସୁକାନ୍ତି ସେଠୀଙ୍କ ସହ କଲେଜର ଅନ୍ୟାନ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.