oom

କେସିଙ୍ଗାରେ ଧୁମ୍‌ଧାମରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଧୁମ୍ ଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ରଥଯାତ୍ରାରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତଙ୍କ ଦ୍ୱାରା ସମସ୍ତ ଦେବକାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୪ ଟାରେ ଧାଡ଼ି ପହଣ୍ଡିରେ ବଳଭଦ୍ର, ମା ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରଥକୁ ଅଣାଯାଇଥିଲା । ପରେ କେସିଙ୍ଗା ସହର ଗୌନ୍ତିଆ ଡ଼ା ହେମସାଗର ସାହାଙ୍କ ଦ୍ଵାରା ତିନୋଟି ରଥର ଛେରା ପହରା ବିଧି ସମ୍ପନ୍ନ କରାଯିବା ପରେ ରଥଟିକୁ ହଜାର ହଜାର ଭକ୍ତଙ୍କ ସମାଗମରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ସମୟରେ ତିନୋଟି ରଥ କେସିଙ୍ଗା ସ୍ଥିତ ଗୌରୀ ଶଙ୍କର ମନ୍ଦିରର ମାଉସୀ ମା ମନ୍ଦିରରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ପହଣ୍ଡି କରି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରାଯାଇଥିଲା । ଉକ୍ତ ଘୋଷ ଯାତ୍ରାରେ ମନ୍ଦିର କମିଟି ପକ୍ଷରୁ ପୂଜକଙ୍କ ସମେତ ସହରର ଅନେକ ଭକ୍ତ ଭଗବାନଙ୍କ ସେବାରେ ଉପସ୍ଥିତ ଥିଲେ । ଆଗାମୀ ନଅ ଦିନ ପର୍ଯ୍ୟନ୍ତ ଶ୍ରୀ ଗୌରୀ ଶଙ୍କର ମନ୍ଦିରରେ ମହାପ୍ରଭୁଙ୍କ ଭୋଗ କୁପନ ମାଧ୍ୟମରେ ବିତରଣ ବ୍ୟବସ୍ଥା ମଧ୍ୟ ହୋଇଥାଏ ।

jittmm
Leave A Reply

Your email address will not be published.