pr

ରଥଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ଆୟୋଜନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ । ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ସୂଚନା କେନ୍ଦ୍ରଠାରେ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ ପ୍ଲାଜାଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁଙ୍କ ପରିଚାଳନାରେ ସୂଚନା କେନ୍ଦ୍ର ରେ ଧାରା ବିବରଣୀ ଦିଆ ଯାଇଥିଲା । ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍ ସନାତନ ଠାକୁର, କବି ମଧୁସୂଦନ ନାୟକ, ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର, ପ୍ରବଚିକା କଲୋଳିନୀ ମିଶ୍ର, ପ୍ରବଚକ ବିଭୁତି ଭୂଷଣ ମିଶ୍ର, ପ୍ରବଚକ ବିଜୟ ତ୍ରିପାଠୀ ପ୍ରମୁଖ ବଲାଙ୍ଗିରର ରଥଯାତ୍ରା ପରଂପରା, ଜଗନ୍ନାଥ ତତ୍ତ୍ଵ, ଜଗନ୍ନାଥ ସଂସ୍କୃତି ସହ ବଲାଙ୍ଗିରର ରଥଯାତ୍ରା ସହ ସଂପର୍କରେ ଧାରାବିବରଣୀ ପ୍ରଦାନ କରିଥିଲେ । ଏହି କେନ୍ଦ୍ରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କେଶବ ବାଗ, ସୁରେଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.