pr

ନବୀନଙ୍କ ଆଶୁ-ଆରୋଗ୍ୟ କାମନା କରି ଦୀପଦାନ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାବାସୀଙ୍କ ପ୍ରିୟଭାଜନ ହୋଇ ଆସିଥିବା ବିଧାନସଭାର ବିରୋଧୀ ଦଳର ନେତା, ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସାଧୀନରେ ଅଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ଦଳୀୟ ତରଫରୁ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ସମୂହ ଦୀପଦାନ ସହ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମୁମ୍ବାଇର କୋକିଳାବେନ ଧୂରୁବାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପଚାର ହେବା ସହ ସାରା ଭାରତବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ବହୁତ ପୁରସ୍କାର ସାଉଁଟିଥିବା ନବୀନଙ୍କ ଆଶୁଆରୋଗ୍ୟ କାମନା କରିଥିଲେ ବିଜେଡି ନେତା, ନେତ୍ରୀ, କର୍ମୀଗଣ ଉକ୍ତ ଶୈବ ପୀଠରେ ଯୋଗଦେଇ ତାଙ୍କରି ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜି. ପାପା ରାଓ ସୋମନାଥ ବେହେରା, ଭବାନୀ କାନ୍ତ ସାହୁ, ଶଙ୍କର ଦାସ, ପ୍ରବାସୀ ପ୍ରଧାନ, ସନ୍ମୁଖ ପଟ୍ଟନାୟକ , ବି. ରାଜୁବାବୁ, ଅଟଳ ବିହାରୀ ପଟ୍ଟନାୟକ, ବି. ଗୋପାଳ ସ୍ଵାମୀ, କାଳିଆ ନାହାକ, ରଶ୍ମୀତା ନାୟକ, କାହ୍ନୁ ଚରଣ ବେହେରା, କିଶୋର ଚନ୍ଦ୍ର ବେହେରା, ଏସ୍ ଚକ୍ରପାଣି ରେଡ୍ଡୀ, ରଞ୍ଜନ ପଲେଇଙ୍କ ସମେତ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ରହି ସମୂହ ଦୀପଦାନ ସହ ପୂଜାର୍ଚ୍ଚନା କରିଥିଲେ ।

nrusinghnath
Leave A Reply

Your email address will not be published.