pr

ବଙ୍ଗୋମୁଣ୍ଡାରେ ଡକ୍ଟର ଶ୍ୟାମାପ୍ରସାଦ ମୂଖାର୍ଜୀଙ୍କ ବଳିଦାନ ଦିବସ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ପବିତ୍ର ବଛାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଷୀରସିନ୍ଧୁ ବଛା, ନରସିଂହ ଥନାପତି, ଥବିର ଚନ୍ଦ୍ର ବାଗ, ଜିଲ୍ଲା ପରିଷଦ ଦାମ ସୁନା ପ୍ରମୁଖଙ୍କ ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତି ଚାରଣ କରିଥିଲେ । ଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କର ବଳିଦାନ ସମସ୍ତଙ୍କ ପାଇଁ ମନେ ରହିବ ବୋଲି ଅତିଥିମାନେ କହିଥିଲେ । ପ୍ରଥମେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କୁ ସ୍ମରଣ କରାଯାଇଥିଲା । ଏଥିରେ ବହୁ ବିଜେପି କାର୍ଯ୍ୟକର୍ତା ଓ କର୍ମୀମାନେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.