oom

ସେବା ଓ ବିକାଶ ବାହାନ ଯାତ୍ରାରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା କୁଣ୍ଡାବୁଟୁଲା, ଝଲପ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଇଁ ରହିଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ଚୁଲିଫୁଙ୍କା ପଞ୍ଚାୟତରେ ନାଏବ ସରପଞ୍ଚ କିରଣ ଭରାସଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ପିଇଓ ପରମାନନ୍ଦ ମହାନନ୍ଦ, ଯୁବନେତା ସୁଶାନ୍ତ ବେହେରାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । କୁଣ୍ଡାବୁଟୁଲା ପଞ୍ଚାୟତରେ ସରପଞ୍ଚ ପୂର୍ଣ୍ଣିମା ବେହେରା, ପିଇଓ ଦୀପକ ମେହେର ଉପସ୍ଥିତ ଥିଲେ । ଝଲପ ପଞ୍ଚାୟତରେ ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବିଧାୟକ ପ୍ରତିନିଧି ବସନ୍ତ ମେହେର, ସିନ୍ଧେକେଲା ମଣ୍ଡଳ ବିଜେପି ସଭାପତି ନରେନ୍ଦ୍ର ରଣା ମଞ୍ଚାସିନ ହୋଇଥିଲେ । ନାଏବ ସରପଞ୍ଚ ଝସକେତନ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପିଇଓ ପୀତବାସ ଯାନୀ, ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ ଏବଂ ବ୍ଲକର କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.