ସିଙ୍ଗପୁର ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ.ରାମପୁର, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଙ୍ଗପୁର ଗ୍ରାମ ପଞ୍ଚାୟତଠାରେ “ବର୍ଷ ଏକ ଉପଲବ୍ଧି ଅନେକ” ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ ଉଛବ ପଧାନଙ୍କ ସଭାପତିତ୍ୱ କରିଥିବା ବେଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ, ବନପାଳ କ୍ଷୀରୋଦ ଚନ୍ଦ୍ର ସେଠ, ନାଏବ ସରପଞ୍ଚ ମିନା ପଧାନ, ଏଫ.ଆର.ଏ. ସେଲର ବ୍ଲକ ସଂଯୋଜକ ମୋତିଲାଲ ସାହୁ, ସିନତି ସାହୁ, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବନରକ୍ଷୀ ଗୋପୀନାଥ ନାଏକ, ବିକାଶ ଅଧିକାରୀ ସଦାନନ୍ଦ ପଧାନ ଉପସ୍ଥିତ ରହି ସରକାରଙ୍କ ଜନ ହିତକାରୀ ଯୋଜନା ବିଷୟରେ ଅବଗତ କରିବା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା, ଅର୍ନ୍ତଦୟ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ଓ ଆୟୁସମାନ ଭାରତ ଯୋଜନାରେ କାର୍ଡ ଓ ଜଙ୍ଗଲ ଜମି ପଟ୍ଟା, ଏବଂ ଚାରା ବଣ୍ଟନ କରିଥଲେ । ଏଥିରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳାମ୍ବର ମାଝୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ମହିଳା ଓ ଶିଶୁ ବିଭାଗ କର୍ମଚାରୀମାନେ ଉପସ୍ଥିତଥିଲେ । ଅଙ୍ଗନବାଡି ଦିଦି, ଆଶା କର୍ମୀ, ସମସ୍ତ ୱାର୍ଡ ସଭ୍ୟ, ସି ଆର ପି, ପ୍ରାଣୀ ଓ କୃଷି ମିତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.