csstore

ବିନୟ ପାଣ୍ଡେ ଓଡିଶା ଭାରୋତ୍ତଳନ ସଂଘର କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଇଁ ଏକ ଗର୍ବ ଓ ଗୌରବ ବିଷୟ । ଇତି ମଧ୍ୟରେ ଓଡିଶା ରାଜ୍ୟ ଭାରୋତ୍ତଳନ ସଂଘର ନିଷ୍ପତ୍ତି କ୍ରମେ ବଲାଙ୍ଗିର ସହର ମହାଲକ୍ଷ୍ମୀ ନଗର ମୂଳ ନିବାସୀ ବିନୟ ରଂଜନ ପାଣ୍ଡେଙ୍କୁ ରାଜ୍ୟ ଭାରୋତ୍ତଳ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନିତ କରାଯାଇଛି । ଏହି ଖବର ପାଇବା ପରେ କ୍ରୀଡାପ୍ରେମୀ ତଥା ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ଏଠାରେ ପ୍ରକାଶ ଥାଉ କି ଶ୍ରୀ ପାଣ୍ଡେ ବର୍ତ୍ତମାନ ଓଡିଶା ରାଜ୍ୟ ଭାରୋତ୍ତଳନ ସଂଘର ରେଫରି ଭାବରେ କାର୍ଯ୍ୟରତ ତା ସଙ୍ଗେ ବଲାଙ୍ଗିର ଜିଲ୍ଲା ଭାରୋତ୍ତଳନ ସଂଘର ସଂପାଦକ ଓ କୋଚ ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ଆସୁଛନ୍ତି । ବଲାଙ୍ଗିର ଭାରୋତ୍ତଳ କ୍ରୀଡା କ୍ଷେତ୍ରରେ ଶ୍ରୀ ପାଣ୍ଡେଙ୍କ ଅବଦାନ ପ୍ରଶଂସନୀୟ । ତାଙ୍କର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିରର ଅନେକ ଭାରୋତ୍ତଳନ କ୍ରୀଡା ପ୍ରତିଭା ବର୍ତ୍ତମାନ ଓଡିଶାରେ ସୁନାମ ଅର୍ଜନ କରିଛନ୍ତି । ବିଗତ ରାଜ୍ୟ ସ୍ତରୀୟ ଇଣ୍ଟର କ୍ଲବ ଭାରୋତ୍ତଳନ ପ୍ରତିଯୋଗିତାରେ ଏକଦା ରୌପ୍ୟ ଏବଂ କାଂସ୍ୟ ପଦକ ବିଜୟିନୀ ହୋଇସାରିଥିବା ବଲାଙ୍ଗିରର ପ୍ରଥମ ଝିଅ ସୁନେନା ବେହେରା ମଧ୍ୟ ଶ୍ରୀ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଡୋର ଷ୍ଟାଡିୟମ ସ୍ପୋର୍ଷ୍ଟ ହଷ୍ଟେଲରେ ନିଜର ଅଭ୍ୟାସ ଜାରି ରଖିଛନ୍ତି ।

jayashree
Leave A Reply

Your email address will not be published.