oom

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ଶିକ୍ଷକ ଭକ୍ତ ଚରଣ

jsmm

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲକୁ ସବୁଜ ସୁନ୍ଦର ଗଠନ ଦିଗରେ ମୁଖ୍ୟ ମଙ୍ଗ ଧରିଥିବା ହିନ୍ଦୀ ଶିକ୍ଷକ ଭକ୍ତ ଚରଣ ନାଏକଙ୍କୁ ଆଜି ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି । ଆଜି ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ୧୪ ଟି ବ୍ଲକରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଲୋଇସିଂହା ବ୍ଲକରୁ ଦ୍ଵିତୀୟ ଥର ପାଇଁ ଶ୍ରୀ ନାଏକ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କଠାରୁ ମାନପତ୍ର ସହ ୧୦ ହଜାର ଅର୍ଥରାଶି ଗ୍ରହଣ କରିଛନ୍ତି । ଲୋଇସିଂହା ହରେକୃଷ୍ଣ ମହତାବ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭକ୍ତଚରଣ ନାଏକ । ଆଜିକୁ ୧୫ ବର୍ଷ ହେବ ଅନବରତ ଭାବେ ପରିବେଶ ସମ୍ବନ୍ଧୀୟ ଅନେକ କାର୍ଯ୍ୟ ହାତକୁ ନେଇ ବିଦ୍ୟାଳୟକୁ ସବୁଜ ଶ୍ରୀ ଗଠନ କରିବା ଦିଗରେ ସେ ମୁଖ୍ୟ ମଙ୍ଗ ଧରି ପରିବେଶ ସମ୍ବନ୍ଧୀୟ ପଦଯାତ୍ରା, କର୍ମଶାଳା, ଆଲୋଚନା ଚକ୍ର, ବୃକ୍ଷରୋପଣ ଓ ସଚେତନତା ଧର୍ମୀ ଅନେକ କାର୍ଯ୍ୟ କରି ଏ ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି । ସୂଚନା ଥାଉ କି, ଶ୍ରୀ ନାଏକ ଗତ ୨୦୧୯ ରେ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଥିବା ବେଳେ ୨୦୨୩ରେ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିଲା । ସେହିପରି ୨୦୨୩ରେ ମଧ୍ୟ ଶ୍ରୀ ନାଏକ ଶିକ୍ଷକ ଭାବରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିଲେ । ତେବେ ଆଜି ଦ୍ୱିତୀୟ ଥର ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ଜଣା ଯାଇଛି । ଆଜି ବିଶ୍ୱ ପରିବେଶ ଦିବସ ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ସଭାପତିତ୍ୱରେ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ ୱାର, ମୁଖ୍ୟବକ୍ତାର ସରାଜ ଅଚ୍ୟୁତ ପୁରୋହିତ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଓ.ଏ.ଭି.ପ୍ରିନ୍ସିପାଲ୍ଅ, ଅବକାରୀ ଅଧୀକ୍ଷକ ବଲାଙ୍ଗିର ଓ ୱାଟର ସେଡ ଅଧିକାରୀ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଏ ସି ଏଫ୍ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.