oom

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

jsmm

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରୁ ଆଭାସି ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ “ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର (ଏଟିଏସ୍‌)” ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉନ୍ନତ ବୈଜ୍ଞାନିକ ଜ୍ଞାନ କୌଶଳ ଯୁକ୍ତ ସ୍ଵୟଂ ଚାଳିତ ପରୀକ୍ଷଣ କେନ୍ଦ୍ର ଦ୍ୱାରା ସିଧାସଳଖ ଭାବେ ଯାନ ବାହନ ଗୁଡ଼ିକର ଫିଟନେସ ପରୀକ୍ଷଣ କରାଯାଇ ପାରିବ । ଏହି ପ୍ରକଳ୍ପ ଯାନବାହନ ପରୀକ୍ଷଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପ୍ରଭାବଶାଳୀ କରିବ । ଏହା ସଡ଼କ ସୁରକ୍ଷା ଦିଗରେ ମଧ୍ୟ ଏକ ନୂତନ ଅଧ୍ୟାୟ ହେବ । ସେହିଭଳି ସମ୍ବଲପୁରରୁ ରାଉରକେଲା ୧୮୦ କିଲୋମିଟର ପର୍ଯ୍ୟନ୍ତ ବୁଦ୍ଧିମତ୍ତା ପ୍ରବର୍ତ୍ତନ ପରିଚାଳନା ପ୍ରଣାଳୀ (inteligence enforcement management system)ର ମଧ୍ୟ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକ ମାନଙ୍କର ଫଟୋ କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରାଯିବ ଏବଂ ସ୍ୱୟଂଚାଳିତ ଭାବେ ସମ୍ପୃକ୍ତ ଗାଡ଼ି ଚାଳକ ମାନଙ୍କର ଇ- ଚାଲାଣ କଟିବ । ଏହି ବ୍ୟବସ୍ଥା ସଡ଼କ ସୁରକ୍ଷା ଅନ୍ତର୍ଗତ ଏକ ଅନନ୍ୟ ପଦକ୍ଷେପ । ଓସ୍ୱାନର ଆଭସି ମାଧ୍ୟମରେ ଆୟୋଜିତ ଏହି କାର୍ଯକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମଟର ଯାନ ନିରୀକ୍ଷକ ଦଲାନୀ ସା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସେହିଭଳି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ଆଭାସି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହିତ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.