csstore

ମୁରୀବାହାଲ ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଲଙ୍କୁ ଭାରତୀୟ କିଶାନ ସଂଘ ଦ୍ୱାରା ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନ‌ଙ୍କୁ ନେଇ ଘୁଷୁରାମୁଣ୍ଡା ବଜାର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘର ରାଜ୍ୟ ସଭାପତି ରାଧା କୃଷ୍ଣ ମେହେର ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ଉପସ୍ଥିତ ଥିବା ବେଳେ ବୈଠକରେ ମୁରୀବାହାଲ ବ୍ଳକ ଭାରତୀୟ କିଶାନ ସଂଘର କମିଟି ଗଠନ କରାଗଲା । କମିଟିରେ ସଭାପତି ଭାବେ ଭାଗିରଥି ଜୁଆଡ ଉପସଭାପତି ବିଘ୍ନ ରାଜ ବୁଡେକ ସଂମ୍ପାଦକ ଇନ୍ଦ୍ରମଣି ବନଛୋର ସହ ସଂମ୍ପାଦକ ମତିରାମ ପୋଢ, ସଂଯୋଜକ ବିଷ୍ଣୁ ବର୍ଗଙ୍କୁ ସଂଘର ଦାୟିତ୍ୱ ଦିଆଗଲା ଏବଂ ବୈଠକ ସରିଗଲା ପରେ ବ୍ଲକର ଚାଷୀ ମାନଙ୍କର ସମସ୍ୟାକୁ ନେଇ ବଲାଙ୍ଗୀର ଜିଲ୍ଲାପାଲଙ୍କୁ ମୁରୀବାହାଲ ତହସିଲଦାରଙ୍କ ଜରିଆରେ ଏକ ଦାବୀପତ୍ର ଦିଆଗଲା । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ଦାବୀ ନଂ୧-ମୁରୀବାହାଲ ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଉପାର୍ଜିତ ଧାନ ପଡିରହିଛି । କଟନି ଛଟନି ବନ୍ଦ କରି ଶୀଘ୍ର ଧାନ ଉଠାଯାଉ । ଦାବୀ ନଂ୨-ତିଖାରି ଡେମର କେନାଲ ପାଣିକୁ ଗୁଡିଘାଟ ପଞ୍ଚାୟତ ଦେଇ ସଂପ୍ରସାରଣ କଲେ ଉକ୍ତ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ । ଦାବୀ ନଂ-୩ ରାଜ୍ୟସରକାରଙ୍କ କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ କିଶାନ ସମ୍ମାନନିଧୀ ଯୋଜନା କିଭଳି ଦୁଇ ଯୋଜନାର ଲାଭ କୃଷକମାନେ ପାଇପାରିବେ । ଦାବୀ ନଂ-୪ ୨୦୧୯-୨୦୨୦ ମସିହାର କୃଷି ବିମା ଏବଂ ମରୁଡି ସହାୟତା ରାଶି ଶୀଘ୍ର ପାଇ ପାରିବେ । ଦାବୀ ନଂ-୫ ବଲାଙ୍ଗୀର ଜିଲ୍ଲାର ଚିନି କଳକୁ ଅନେକ ଦିନରୁ ବନ୍ଦ କରାଯାଇଛି । ଚିନି କଳକୁ କାର୍ୟ୍ୟକ୍ଷମ କଲେ ଚାଷୀ ମାନେ ଉପକୃତ ହୋଇପାରିବେ । ଯଦି ଉପରୋକ୍ତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇବେ ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।

jayashree
Leave A Reply

Your email address will not be published.