pr

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦେବଙ୍ଗ ଓ ଗଣ୍ଡାବସା ଦଳ ବିଜୟୀ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଂଚିଛି । ଚତୁର୍ଥ ଦିବସରେ ଯୁବ ସମାଜସେବୀ ହେମନ୍ତ ବେହେରା ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସର ପ୍ରଥମ ରାଉଣ୍ଡରେ ଦେବଙ୍ଗ ଓ ଘର୍ଲା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ଦେବଙ୍ଗ ଦଲ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ମମିଆଁ ଓ ଗଣ୍ଡାବସା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ଏଥିରେ ଗଣ୍ଡାବସା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହଯୋଗ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷ ମଙ୍ଗରାଜ, ଚିନ୍ତା ବେହେରା, କେଶବ ବେହେରା, ଘାଟୁ ଭୋଇ, ଝସକେତନ ଭୋଇ, ଇଶ୍ୱର ଭୋଇ, ମୁଟୁ ଭୋଇ, ବିରେନ୍‌ ବେହେରା, ମତିରାମ ବେହେର, ଜାନକୀ ଭୋଇ, କିଶୋର ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.