ରାଜ୍ୟ ସ୍ତରୀୟ ଷଡ଼ବଂଶୀୟ ଗୋଁଡ ସମାଜର ପ୍ରଥମ ସମୀକ୍ଷା ବୈଠକ : ସୁନ୍ଦରଗଡ଼ର ହର୍ଷବର୍ଦ୍ଧନ ଛତ୍ରିଆ ହେଲେ ରାଜ୍ୟ ସ୍ତରୀୟ ସଭାପତି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ଷଡ଼ ବଂଶୀୟ ଗୋଁଡ ସମାଜର ସଭାନେତ୍ରୀ ଦମୟନ୍ତୀ କୁମୁରାଙ୍କ ଆହ୍ବାନ କ୍ରମେ ସ୍ଥାନୀୟ ସବରୀ ନାରାୟଣ ଧର୍ମଶାଳାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ର ହର୍ଷବର୍ଦ୍ଧନ ଛତ୍ରିଆଙ୍କୁ ରାଜ୍ୟ ସ୍ତରୀୟ ଷଡ଼ ବଂଶୀୟ ଗୋଁଡ ସମାଜର ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଗଲା । ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତ ସଂକଳ୍ପବଦ୍ଧ ହେଲେ । ବିଭିନ୍ନ ଜିଲ୍ଲାରୁ ଜାତିପ୍ରେମମାନେ ଉପସ୍ଥିତ ଥିଲେ । କେନ୍ଦୁଝର ଜନାର୍ଦ୍ଧନ ନାୟକ, ବରଗଡର ଶ୍ୟାମ ଭୋଇ, ଲକ୍ଷ୍ମୀ ନାରାୟଣ ସିଂ, ମହାଦେବ ବାଗ, ନୁଆଁପଡର ଟିକେଚନ ମାଝୀ, ଖରିଆଡର ଉମାଶଙ୍କର ମାଝୀ, ବୋଡେନର ଚମରୁ ମାଝୀ, ସମ୍ବଲପୁର ରବୀନ୍ଦ୍ର ନାୟକ, କୋରାପୁଟ ଶିବାଜି କୁଅଁରଙ୍କ ସହ ବଲାଙ୍ଗୀରର ଦ୍ୱିଜ ଦଳପତ, ନବୀନ ମଲ୍ଲିକ, ବୀରବର ଧାରୁଆ, ବିଘ୍ନରାଜ ଧରୂଆ, ମକରଧ୍ବଜ ଧରୁଆ, ଏବାଲ୍ୟ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରବୀନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.