
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଫେଜରପୁର ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି । ଦଶମ ଶ୍ରେଣୀରେ ୭୪ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଥିଲେ ମଧ୍ୟ ୩୬ ଜଣ ଛାତ୍ରଛାତ୍ରୀଙ୍କ ବିଜ୍ଞାନରେ କମ୍ପାର୍ଟ ମେଣ୍ଟାଲ ଲାଗିଥିବାବେଳେ ୩୮ ଜଣ ପାସ କରିଛନ୍ତି । ସୁରଭି ରଣା ୯୬.୨% ମାର୍କ ପାଇ ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ଜଣ ପାସ କରିଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ଇଂଗ୍ରାଜୀରେ କମ୍ପାର୍ଟ ମେଣ୍ଟାଲ ଲାଗିଛି । ମହିମା ହଂସ ୮୮% ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ସାହୁ ସୂଚନା ଦେଇଛନ୍ତି ।