pr

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର : ସାମ୍ବାଦିକଙ୍କୁ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଠିକାଦାରଙ୍କୁ ଅତିଶୀଘ୍ର ଗିରଫ ଦାବୀ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ନିମ୍ନମାନର ଗାର୍ଡୱାଲ ସମ୍ପର୍କିତ ଦୁର୍ନୀତି ଖବର ସଂଗ୍ରହ ପାଇଁ କୁଲଥିପାଲି ଗାଁକୁ ଯାଇଥିବା ସମୟରେ ଦୁର୍ନୀତିଗ୍ରସ୍ତ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ସହ ତାଙ୍କ ସହଯୋଗୀମାନେ ବିଜୟ ପ୍ରଧାନଙ୍କୁ ହାତଗୋଡ ବାନ୍ଧି ଗାଳିଗୁଲଜ ସହିତ ତିନି ଘଣ୍ଟା ପର୍ଯ୍ୟନ୍ତ ନିର୍ଧୁମ ମାଡମାରି ନିର୍ଯ୍ୟାତନା ଦେଇଥିଲେ । ପରେ ପାଖରେ ଥିବା ମନ୍ଦିରକୁ ନେଇ ଆଉ କେବେ ଏହି ବିଷୟରେ ଖବର ପ୍ରସାରଣ ନ କରିବା ପାଇଁ ଶପଥ କରାଇଥିଲେ । ଘଟଣାଟିକୁ ପାଞ୍ଚ ଦିନ ବିତିଯାଇଥିବା ସତ୍ୱେ ବଲାଙ୍ଗିର ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟ ୪ଜଣଙ୍କୁ ସୋମବାର ସୁଦ୍ଧା ଗିରଫ କରିଥିବା ବେଳେ ତଥାକଥିତ ମୁଖ୍ୟ ଅଭିଯୁକ୍ତ ଓ ଠିକାଦାର ଗଜେନ୍ଦ୍ର ଦଳେଇଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରିପାରିନାହିଁ । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିର୍ଧୁମ ମାଡମାରି ରକ୍ତାକ୍ତ କରିବା ପ୍ରମାଣ ପାଇଲା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଆସନ ପକ୍ଷରୁ ଏ ବିଷୟରେ ତୁରନ୍ତ ତଦାରଖ କରି ପଦକ୍ଷେପ ନେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ରାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ଓଡ଼ିଶାରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ କଡାକଡି ଲାଗୁକରିବା ପାଇଁ ଆସୋସିଏସନ୍ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ଉପଦେଷ୍ଟା ଭଗବାନ ମହାନ୍ତି, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଓ ହୃଦାନନ୍ଦ ବାଗଙ୍କ ସହ ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.