ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଓଡିଶା ଅଣଗେଜେଟେଡ୍ ବନସେବା ସଂଘର କୋରାପୁଟ ଜୋନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁରର ବନକର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା ଏବଂ ଓଡିଶାରେ ବତ୍ର୍ତ୍ତମାନର ବ୍ୟବସ୍ଥା ଉପରେ ସମସ୍ତ କର୍ମଚାରୀମାନେ ଆଲୋଚନା କରିଥିବାର ଜଣାପଡିଛି । ଏହି ସାଧାରଣ ପରିଷଦ ବୈଠକ କୋରାପୁଟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମଂଚାସୀନ ଅତିଥି ଭାବେ ରାଜ୍ୟସଭାପତି ଜଗବନ୍ଧୁ ପାତ୍ର, ଅଧ୍ୟକ୍ଷ ଖଗେଶ୍ୱର ସେଠୀ, ଉପସଭାପତି ଭବାନୀ ପରିଚ୍ଛା କାର୍ୟ୍ୟକାରୀ ସଦସ୍ୟ ତପନ ସାହା, ଜୋନ୍ ସର୍କଲ ସଭାପତି ରବିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ସଂଘର ସଦସ୍ୟଙ୍କ ଅମର ଆତ୍ମାର ନିମେନ୍ତ ଏକ ନୀରବ ପ୍ରାର୍ଥନା କରାଯାଇଥିବାର ଦେଖାଯାଇଛି । ଏହି ନିର୍ବାଚନରେ ଜୟପୁର ଉପଖଣ୍ଡ ପାଇଁ ସଭାପତି ଭାବେ ବୈପାରିଗୁଡା ଫରେଷ୍ଟ ରବିନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସେହିପରି ଭାବେ ଜୋନ୍ ଭାଇସ୍ ପ୍ରେସିଡେ଼ଣ୍ଟ ଗୋବିନ୍ଦ ନାୟକ, ଜୋନ୍ ସେକ୍ରେଟାରୀ ସନ୍ତୋଷ କୁମାର ସାହୁ, ଜୋନ୍ ଜଏଣ୍ଟ ସେକ୍ରେଟାରୀ ଗୌତମ ସ୍ୱାଇଁ, ଜୋନ୍ ଆସିଷ୍ଟାଣ୍ଡ ସେକ୍ରେଟାରୀ ସୁମିତ୍ରା ପଟ୍ଟନାୟକ, ଜୋନ୍ ଟ୍ରେଜ୍ରର୍ ମନୋଜ କୁମାର ମହାରଣା ନିର୍ବାଚିତ ହୋଇଥିବାର ଜଣାପଡିଛି ।

Next Post