
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅବକାରୀ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ପାଟଣାଗଡ ଥାନା କେନ୍ଦୁମୁଣ୍ଡି – ବିନ୍ଧନପଥର ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ବାଇକରେ ଦୁଇଜଣ କିଛି ନେଉଥିବା ସଂନ୍ଦେହେ କରି ତାଙ୍କୁ ଅଟକାଇଥିଲେ । ସର୍ଚ୍ଚ କରିବାସମୟରେ ତାଙ୍କ ଠାରୁ ୧୨ କେଜି ୭୦୦ ଗ୍ରାମ ଗଂଜେଇ ମିଳିଥିଲା । ଅଭିଯୁକ୍ତ ଦୁଇଜଣ ହେଲେ ଯୁଗିମୁଣ୍ଡା ନିକଟସ୍ଥ ପଣାମୁଣ୍ଡା ଗ୍ରାମର ସୁଶୀଲ ଦୀପ ଓ ରମେଶ କୁମ୍ଭାର । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୭ ହଜାର ଟଙ୍କା ବୋଲି ଜଣାପଡିଛି । ଦୁଇ ଜଣଙ୍କୁ ଗିରଫ କରିବା ସହ ବାଇକ ମଧ୍ୟ ଜବତ କରିଛି ପାଟଣାଗଡ ଅବକାରୀ ବିଭାଗ । ଏନେଇ ଅବକାରୀ ବିଭାଗ ଦ୍ୱାରା ପି ଆର ନଂ ୩୦/୨୦୨୫-୨୬ ରେ ଏକ ମାମଲା ଋଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ ଅବକାରୀ ଅଧିକାରୀ ରାଜକୁମାର ବେହେରା ସୂଚନା ଦେଇଛନ୍ତି ।