
ରାଉରକେଲା : ଛେଣ୍ଡ ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟରେ ସେଲ୍ଫିନେବା ହେଲା କାଳ । ନଦୀରେ ବୁଡ଼ି ଯାଇ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଛାତ୍ର ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର ଜଣକ ହେଲେ ସୁନ୍ଦରଗଡ ସଦରର ସ୍ୱାଧୀନ ଓରାମ । ସୂଚନା ଅନୁସାରେ ସେକ୍ଟର ୬ ଠାରେ ଥିବା ଏକ ଘରୋଇ ଆଇଟିଆଇ ହଷ୍ଟେଲରେ ରହି ଛାତ୍ରମାନେ ଆଇଟିଆଇ ପାଠ ପଢୁଛନ୍ତି । ରବିବାର ଅପରାହ୍ନରେ ୪ ଜଣ ଛାତ୍ର ପ୍ରଧାନପାଲିର କୋଏଲ ନଦୀରେ ଥିବା ଏକ ସେତୁ ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥଲେ । ଅସାବଧାନତା ଯୋଗୁ ୪ ଜଣ ଛାତ୍ର ନଦୀକୁ ଖସି ପଡ଼ି ଥିଲେ । ନଦୀରେ ମାଛ ଧରୁଥିବା ମାଛ ଧରାଳି ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ସ୍ୱାଧୀନ ଓରାମ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନଦୀର ଗଭୀର ପାଣିରୁ ସ୍ୱାଧୀନଙ୍କ ମୃତଦେହ ଉଦ୍ଧାର କରିଥିଲା ।