csstore

ସମାଜସେବୀଙ୍କ ମାତା ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡା ଙ୍କ ମାଆ ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହ ଦିବସ ଶୁକ୍ରବାର ଛତ୍ରପୁର ଗୌରୀଶଙ୍କର ମନ୍ଦିରରେ ଏକ ଆଧ୍ୟାତ୍ମିକ ଧାରାରେ ପାଳିତ ହୋଇଯାଇଛି । ସ୍ୱର୍ଗତ ଶାନ୍ତି ପଣ୍ଡା ଜଣେ ସ୍ନେହୀ, ସାଧୂତାପରାୟଣୀ, ପରୋପକାରୀ ଓ ଧରମପରାୟଣୀ ମହିଳା ଥିଲେ । ତାହାଙ୍କ ଦ୍ଵାଦଶାହ ଦିବସ ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ ,ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସମାଜସେବୀ ବନମାଳୀ ସେଠୀ, ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, (ମହାରାଜା), ରାମଚଣ୍ଡୀ ମନ୍ଦିର କମିଟୀ ବୃନ୍ଦ ତଥା ବ୍ରହ୍ମପୁର ଓ ଛତ୍ରପୁର, ଗଞ୍ଜାମ ସହରର ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଶାନ୍ତି ପଣ୍ଡାଙ୍କ ଦୁଇ ନାତି ଯୁବ-ସମାଜସେବୀ ତଥା ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସଂଯୋଜକ କମଲ୍ ପଣ୍ଡା, ଯୁବ-ସମାଜସେବୀ ବିମଲ ପଣ୍ଡା ପ୍ରମୁଖ ତାହାଙ୍କ ଦ୍ଵାଦଶାହ ଦିବସ କାର୍ଯ୍ୟ ଖୁବ୍ ସୁରୁଖୁରୁରେ ସମ୍ପାଦନା କରି ବିଭିନ୍ନ ମହଲରେ ଜନମାନସରେ ପ୍ରଶଂସିତ ହୋଇଛନ୍ତି ।

jayashree
Leave A Reply

Your email address will not be published.