centurian jitm

ରାଜ୍ୟ ଚାମ୍ପିଅନସିପ୍‌ରେ ଧରପଗଡ଼ ଛାତ୍ରୀଛାତ୍ରୀଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ସଇଁତଲା (ଖୁସିରାନି ସାହୁ) : ସଇଁତଲା ବ୍ଳକ ଧରପଗଡ଼ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାୟଗଡା ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟରେ ଚାଲିଥିବା ରାଜ୍ୟ ଥାଙ୍ଗ-ଟା, ମୁଇଥାଇ ଓ ବ୍ୟାୟାମ ପ୍ରତିଯୋଗିତାରେ ବାଜିମାରିଛନ୍ତି । ଏଥିରେ ଛାତ୍ରଛାତ୍ରୀମାନେ ୨୪ଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଯେଉଁଥିରୁ ଶୁଭ୍ରାଂଶୁ ହେଣ୍ଡା ୨ଟି ସ୍ୱର୍ଣ୍ଣ, ୧ ରୌପ୍ୟ, ଲେଖାରାମ ମାଝି ୩ଟି ସ୍ୱର୍ଣ୍ଣ, ୟଶରାଜ ପଧାନ ୩ଟି ସ୍ୱର୍ଣ୍ଣ, ଯୁବରାଜ ଜାଲ ୩ଟି ସ୍ୱର୍ଣ୍ଣ, ଟିକେଶ୍ଵରୀ ପାତ୍ର ୨ ସ୍ୱର୍ଣ୍ଣ ୧ ରୌପ୍ୟ, ବିପାଶା ମାଝି ୩ଟି ସ୍ୱର୍ଣ୍ଣ ଓ ଆର୍ଟସ ଟେମ୍ପଲ ମାର୍ସଲ ଆର୍ଟସ ଏକାଡେମୀର ଶ୍ରୀୟାଂଶ ପଣ୍ଡା ୩ଟି ସ୍ୱର୍ଣ୍ଣ, ପ୍ରଭୁଦତ୍ତ ମହାନ୍ତି ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ଧରପଗଡ ହାଇସ୍କୁଲ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଆସନ୍ତା ଜୁନରେ ହରିୟାଣାରେ ହେବାକୁ ଥିବା ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସମସ୍ତେ ଶିକ୍ଷକ ଚନ୍ଦ୍ରଶେଖର ବାହୁକଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ । ସେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ୱର୍ଣ୍ଣ ତଥା ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.