
ବରଗଡ, (ମୁନ୍ନା ସାହୁ) : ସୋମବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମାହେଶ୍ୱରୀ ନର୍ସିଙ୍ଗ କଲେଜର ବାର୍ଷିକ ଉତ୍ସବ ଓ ଅନ୍ତର୍ଜାତୀୟ ନର୍ସ ଡେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ କାଉନସିଲର ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷର ବିଷୟ ମା’ ଏ ନର୍ସ ମା’ ଏ ଫିଉଚର୍କୁ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ବିଜେପି ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ, ପାଣ୍ଡବ କର୍ଣ୍ଣ, ଜନକଲ୍ୟାଣ ସେବା ଟ୍ରଷ୍ଟର ମୁକୁନ୍ଦ ଦାସ, ମାହେଶ୍ୱରୀ ନର୍ସିଙ୍ଗ କଲେଜର ଡାଇରେକ୍ଟର ଫକୀର କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ତର୍ଜାତୀୟ ନର୍ସ ଡେ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।