centurian jitm

ବିବାହରର ପ୍ରଲୋଭନ ଦେଖାଇ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ପଞ୍ଚାୟତ ଇଂସା ଗ୍ରାମରେ ଜଣେ ୬୦ ବର୍ଷୀୟା ବୃଦ୍ଧାକୁ ସେହି ଗ୍ରାମର ୪୬ ବର୍ଷୀୟ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଆଗଲପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ ଆଗଲପୁର ଗ୍ରାମ ପଞ୍ଚାୟତ ଇଂସା ଗ୍ରାମର ଆନନ୍ଦ ସରାଫ(୪୬) ଓ ଉକ୍ତ ଗ୍ରାମର ଗୀତା ଶିକା(୬୦)ଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ସମେତ ଶାରୀରିକ ସମ୍ପର୍କ ଥିଲା । ବୃଦ୍ଧାଙ୍କର ପରିବାର ଲୋକେ ବେଙ୍ଗଲୋରକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଆନନ୍ଦ ବୃଁଦ୍ଧାଙ୍କ ସହିତ ପ୍ରେମ ସମ୍ପର୍କରେ ରହିଥିଲା । ଏପରିକି ବୃଦ୍ଧାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଆନନ୍ଦ ବାରଂବାର ଦୁଷ୍କର୍ମ କରି ଆସୁଥିଲା ବୋଲି ବୃଦ୍ଧା ଜଣକ ଆଗଲପୁର ଥାନାରେ ଅଭିଯୋଗ କରିଛନ୍ତି । ପରେ ବୃଦ୍ଧାଙ୍କ ପରିବାର ଲୋକେ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରଖିବା ସମ୍ଭବ ନ ହେବାରୁ ଗତ ମାସ ୩୦ ତାରିଖରେ ଉଭୟେ ଘରୁ ଫେରାର ମାରିଥିଲେ । କିନ୍ତୁ ଜାତିଆଣ ମନୋଭାବ ପ୍ରଦର୍ଶନ ପୂର୍ବକ ଆନନ୍ଦ ବୃଦ୍ଧାଙ୍କୁ ଗାଳି ଗୁଲଜ କରି ବରଗଡ଼ ନିକଟସ୍ଥ ଏକ ମଠରେ ଛାଡ଼ିଦେଇ ଘରକୁ ଚାଲି ଆସିଥିଲା । ପରେ କୌଣସି ପ୍ରକାରେ ସେଠାରୁ ବୃଦ୍ଧା ଜଣକ ଚାଲି ଆସି ଡୁଡୁକା ଗ୍ରାମରେ କିଛିଦିନ ରହି ନୂଆଁପାଲି ଗ୍ରାମର ନିଜ ସମ୍ପର୍କୀୟ ସତ୍ୟ ନାଗଙ୍କ ଜରିଆରେ ଇଂସା ସ୍ଥିତ ନିଜ ଘରକୁ ଆସିଥିଲେ । ଏହା ପରେ ସେ ଆଗଲପୁର ଥାନାରେ ଆନନ୍ଦ ସରାଫଙ୍କ ନାମରେ ଅଭିଯୋଗ କରିଥିଲେ । ଆଗଲପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତ ଆନନ୍ଦକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି । ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.