pr

ସମାଜବାଦୀ ନେତା ପୂର୍ବତନ ବିଧାୟକ ନାରାୟଣ ସାହୁ ସ୍ମୃତି କମିଟି ଗଠିତ

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥାନୀୟ ନବୀନ ଭବନ ପରିସରରେ ଖଲ୍ଲୀକୋଟର ପ୍ରାକ୍ତନ ବିଧାୟକ ତଥା ସମାଜବାଦୀ ନେତା ଓ ଗୋଅ । ମୁକ୍ତି ଆନ୍ଦୋଳନର ମହାନ ସଂଗ୍ରାମୀ ପୂଣ୍ୟଶ୍ଲୋକ ନାରାୟଣ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ “ନାରାୟଣ ସାହୁ ସ୍ମୃତି କମିଟି’ ଗଠନ କରାଯାଇଛି । ବିଶିଷ୍ଟ ପରିବେଶବିତ୍‌? ତଥା ଜନ ଆନ୍ଦୋଳନର ନେତା ପ୍ରଫୁଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ କାର୍ଯକାରୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ସମ୍ପାଦକ ଦଣ୍ଡପାଣି ମହାପାତ୍ର ସମ୍ପାଦକ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ବରିଷ୍ଠ ଆଡ଼ଭୋକେଟ ଉଦୟ ନାଥ ପ୍ରଧାନ (କୋଦଳା), ଅବସରପ୍ରାପ୍ତ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ, ଅଶୋକ କୁମାର ସାହୁ, ସୁରେନ୍ଦ୍ର ଶତପଥୀ, ଅଙ୍ଗାରଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଡ଼ା. ସୁରେନ୍ଦ୍ର ନାଥ ବାରିକ, ଗଦାଧର ପଣ୍ଡା, ଲକ୍ଷ୍ମୀପ୍ରିୟା ମହାନ୍ତି, ଦେବ ପ୍ରସାଦ ରାୟଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏହି କମିଟିକୁ କ୍ରୀୟାଶୀଳ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ସାହୁଙ୍କୁ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.