centurian jitm

ଜାମ୍ମୁକାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ : ବାଲେଶ୍ୱରର ରହିଛନ୍ତି ୫ ଜଣ

ରେମୁଣା : ଜାମ୍ମୁ କାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଛି । ଯୁଦ୍ଧ ଆଶଙ୍କା କରି ଜାମ୍ମୁ କାଶ୍ମୀରରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାମ୍ମୁ କାଶ୍ମୀରରୁ ଫେରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ସହାୟତା ବ୍ୟବସ୍ଥା କରାଯାଇଛି । ଜାମ୍ମୁକାଶ୍ମୀରରୁ ଫେରିଥିବା ଓଡ଼ିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲେଶ୍ୱରର ୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଟ୍ରେନ୍‌ରେ ସେମାନେ ବାଲେଶ୍ୱର ଫେରିଛନ୍ତି । ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଷ୍ଟେସନରୁ ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ଛାଡିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ବାଲେଶ୍ୱରର ଆଉ କିଛି ଛାତ୍ରଛାତ୍ରୀ ରାତି ସମୟରେ ଫେରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.