centurian jitm

ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ : ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଏମ୍‌ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ସମୟରେ ଏମ୍‌ସରେ କାର୍ଯ୍ୟରତ କୌଣସି ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଛୁଟିରେ ରହିପାରିବେନି । ଯେଉଁମାନେ ଛୁଟିରେ ରହିଛନ୍ତି ସେମାନେ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ଏମ୍‌ସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.