pr

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ

dr. purohit

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସୋମବାର ଦିନ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତର ସାର୍ନା ସାନ୍ତାଳୀ ଶିକ୍ଷା କେନ୍ଦ୍ର ଅଁଳାଶୁଳିରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଉକ୍ତ ଜନ୍ମ ଦିବସ ପାଳନ ଅବସରରେ ଅଁଳାଶୁଳି ଗ୍ରାମର ମୁରବି ରାମଚନ୍ଦ୍ର ହାଁସଦା ପତାକା ଉତ୍ତଳନ କରି ଛାତ୍ରଛାତ୍ରୀ ମାନେ ସାନ୍ତାଳି ଜାତୀୟ ସଂଗିତ ଗାନ କରିଥିଲେ । ଅଁଳାଶୁଳି ଗ୍ରାମର ନାୟକେ ବାବା(ପୁରହିତ)ଲବକିଶୋର ଟୁଡୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ମୂର୍ତ୍ତିରେ ଫୁଲମାଳ ଅର୍ପଣ କରିବା ସହିତ ସ୍ୱାଧିନତା ସଂଗ୍ରାମୀ ବୀର୍‌ ସହିଦ୍‌ ସିଦ ମୁର୍ମୁ, କାହ୍ନୁ ମୁର୍ମୁ, ଚାନ୍ଦ୍‌ ମୁର୍ମୁ, ଭାୟର ମୁର୍ମୁ, ଫୁଲ ମୁର୍ମୁ, ଝାନ ମୁର୍ମୁ, ତିଲ୍‌କା ମୁର୍ମୁ ଏବଂ ବିର୍ଶା ମୁଣ୍ଡାଙ୍କ ଫଟରେ ଫୁଲମାଳ ଦେବା ସହିତ ପୂଜା ଅର୍ଚ୍ଚନା କରିଥିଲେ । ପୂଜା କାର୍ଯ୍ୟ ସରିବା ପରେ ସାର୍ନା ସାନ୍ତାଳି ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଉଦୟ ନାଥ ହେମ୍ବ୍ରମଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ବକ୍ତବ୍ୟରେ କହିଥିଲେ ଯେ, ଅଲ୍‌ ଚିକି ବିନା ସାନ୍ତାଳି ଭାଷା ଜିବିତ ରହି ପାରିବ ନାହଁ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କାହାଣୀ ପ୍ରକାଶ କରିଥିଲେ ।

nrusinghnath
Leave A Reply

Your email address will not be published.