
- ଧନ ଓ ନିଷ୍ଠା ବିନା ସଂଗୀତକୁ ଅକ୍ତିୟାର ସମ୍ଭବ ହୋଇନପାରେ
ବଲାଙ୍ଗିର, (କେପିଏନ୍ଏସ୍) : ସଂଗୀତକୁ ଅକ୍ତିୟାର କରିବାକୁ ହେଲେ ସାଧନା ଓ ନିଷ୍ଠାର ନିହାତି ଆବଶ୍ୟକ ଯିଏ ଯେତେ ସାଧନା କରିବ କଳା କ୍ଷେତ୍ରରେ ସେତିକି ନିଷ୍ଠାର ସହ ଆଗକୁ ବଢ଼ି ପାରିବ, ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମର ୨୯ତମ ବାର୍ଷିକଉତ୍ସବ ଅବସରରେ ଅତିଥି ମାନେ ଏହା ମତ ପ୍ରକାଶ କରିଛନ୍ତି । ସଭାର ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଗତ ବ୍ରଜମୋହନ ମିଶ୍ର ଓ ସୁନୀଲ ମହାରଣାଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯିବା ପରେ ସଂପାଦକ ଦିବ୍ୟରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ, ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଓ ସମ୍ମାନ୍ୱିତ ଅତିଥି ଡ଼ ଶ୍ରୀକର ମିଶ୍ର ବରିଷ୍ଠ କଣ୍ଠ ଶିଳ୍ପୀ ସଙ୍ଗୀତ ନିର୍ଦେଶକ ଦୀପ୍ତି ପ୍ରକାଶ ଦାସଙ୍କୁ ଗୁରୁ ଚିତ୍ତରଞ୍ଜନ ସାହାଣୀ ସ୍ମୁତି ସଂମାନ ଯୁବ କଣ୍ଠ ଶିଳ୍ପୀ ତନ୍ମୟ କୁମାର ଓ ବର୍ଷାରାଣୀ ବହିଦାରଙ୍କୁ ଯଥାକ୍ରମେ ପ୍ରଫୁଲ୍ଲ ପ୍ରଧାନ ଓ ମୁରଲି ଧର ବେହେରା ଯୁବ ପ୍ରତିଭା ପୁରସ୍କାର, ସମାଜ ସେବୀ ଅଙ୍କୁଶ ପାଣ୍ଡିଆଙ୍କୁ ଭଗବାନ ପତି ସ୍ମୁତି ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ତବଲା ବିଭାଗର ଛାତ୍ର ବ୍ରଜ ମୋହନଦାସଙ୍କ ସ୍ମୁତିରେ ଅଦ୍ୱେତ ସାହୁ ଓ ଶ୍ରେଷ୍ଠ ଛାତ୍ରୀର ପୁରସ୍କାର ଜ୍ଞାନଦା କର ସ୍ମୁତିରେ ପ୍ରଣତି ମହାରଣାଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମୁରଲି ଧାର ପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁ ଗୌର କିଶୋର ମହାପାତ୍ର. ସଭା କାର୍ଯ୍ୟ ପରେ ବିଦ୍ୟାଳୟ ଗୁରୁ ଗୌର କିଶୋର ମହାପାତ୍ର, ମୁରଲି ଧାରି ପତି, ଓ ସିରିଶା ସୁଭଦର୍ଶିନୀ ପତିଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତବଲା ବାଦନ, ଓଡିଶୀ ନୃତ୍ୟ, ଗୋଷ୍ଟି ସଙ୍ଗୀତ, ଲଘୁ ଶାସ୍ତ୍ରୀୟ ନୃତ୍ୟ, ଶିବ ତାଣ୍ଡବ ଓ ଗୀତି ନାଟ୍ୟ କାଞ୍ଚି ଅଭିଯାନ ପ୍ରଦର୍ଶନ କରାଯାଇଥିଲା, ବାଦ୍ୟ ଯନ୍ତ୍ର ଓ ଅନୁସଙ୍ଗିକରେ ସହଯୋଗ କରିଥିଲେ ସମ୍ବିତ, ଶୁଭେନ୍ଦୁ, କ୍ରିଷ୍ଣରାଜ, ସଂସ୍କାର ସୋମ, ସ୍ୱରିତ, ଚୈତନ୍ୟ ମଟାରୀ, ମନୋରଞ୍ଜନ ବେହେରା, ରାଜେଦ୍ର ନାୟକ, କ୍ଷେତ୍ରବାସୀ ପ୍ରମୁଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହସ୍ରାଧିକ ଦର୍ଶକ ଉପସ୍ଥିତିରେ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ଗୁରୁ ଦୀପକ କୁମାର ବରାଳ ଗୁରୁ ଡି. ଶଙ୍କର ନାରଣ ମୂର୍ତ୍ତି ,ପ୍ରଭାଞ୍ଜନ ରାୟ ଗୁରୁ, ରମଣୀ ରଞ୍ଜନ ପଟ୍ଟନାୟକ, ଜିକୁ, ରାଜ, ସୋନୁ, ଡାକ୍ତର, ଆଶୁ, ସୁଦାମ, ସଂଜୀବ, ସରୋଜ, ନୀଲୀପ, ଶିବା ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଭ୍ୟ ବୃନ୍ଦ ।