centurian jitm

କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଆରୋହୀ ଗୁରୁତର

ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ବଜାର ନିକଟରେ ଦୁର୍ଘଟଣା । କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ବାଇକ୍‌ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କଟକରୁ କେନ୍ଦ୍ରାପଡ଼ା ଆଭିମୁଖେ ଆସୁଥିବା କାର୍‌ ସହ ବିପରୀତ ଦିରରୁ ଆସୁଥିବା ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ବାଇକ୍‌ ଆରୋହୀ ଜଣଙ୍କ ଗୁରୁତର ହୋଇଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ଯାଏଁ ଆହତଙ୍କ ପରିଚୟ ମିଳିନାହିଁ । ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ବାଇକ୍‌କୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.