
ନୂଆଦିଲ୍ଲୀ, (ପିଆଇବି) : ପ୍ରକାଶ ମଗଦୁମ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍ଏଫ୍ଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମଗଦୁମ ଜଣେ ୧୯୯୯ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ଏହା ପୂର୍ବରୁ, ଶ୍ରୀ ମଗଦୁମ ଅହମ୍ମଦାବାଦରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ନିଜର ଦୁଇ ଦଶନ୍ଧିର ଏକ ଉଲ୍ଲେଖନୀୟ କ୍ୟାରିୟର ମଧ୍ୟରେ, ଶ୍ରୀ ମଗଦୁମ ପୁଣେର ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର (ଏନ୍ଏଫ୍ଏଆଇ)ର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଚଳଚ୍ଚିତ୍ର ଅଭିଲେଖାଗାର ଏବଂ ପୁନରୁଦ୍ଧାର ପ୍ରୟାସ ମାଧ୍ୟମରେ ଭାରତର ସିନେମା ଐତିହ୍ୟକୁ ସଂରକ୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାନ (ଏଫ୍ଟିଆଇଇ)ର ରେଜିଷ୍ଟ୍ରାର ଏବଂ ତିରୁଅନନ୍ତପୁରମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।