oom

ଚାଷୀ ନେତା ସଦାନନ୍ଦ ପୁଝାରୀଙ୍କ ପରଲୋକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଚାଷୀ ସଂଗଠନର ବରିଷ୍ଠ ସଦସ୍ୟ ସଦାନନ୍ଦ ପୂଝାରୀଙ୍କ ଆଜି ସକାଳେ ବରଗଡ଼ର ଏକ ଘରୋଇ ନର୍ସିଂ ହୋମରେ ପରଲୋକ ହୋଇଯାଇଛି । କିଛି ଦିନ ପୂର୍ବରୁ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ଧର୍ମ ପତ୍ନୀଙ୍କ ସହିତ ଦୁଇ ପୁଅ, ଗୋଟିଏ ଝିଅ, ନାତି ନାତୁଣୀଙ୍କୁ ଛାଡିଯାଇଛନ୍ତି । ଜାରିଙ୍ଗ ଗ୍ରାମର ରାଞ୍ଜ ନଦୀର ଶ୍ମଶାନ ଘାଟରେ ଅନ୍ତ୍ୟେଷ୍ଟି କ୍ରୀୟା ଅନୁଷ୍ଠିତ ହୋଇ ବଡ଼ ପୁଅ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ପରୋପକାରୀ ବ୍ୟକ୍ତି ଥିବା ସହିତ ସଂଗ୍ରାମୀ ଚାଷୀ ନେତା ଥିଲେ । ପାଣିପାଗ ଭିତ୍ତିକ କୃଷି ବୀମା ଉଛେଦ ପାଇଁ ୨୦୧୧ ମସିହାରେ ତିନି ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ସହିତ ୨୦୧୮ ମସିହାରେ ବରଗଡ଼ ଗାନ୍ଧୀ ଛକଠାରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଫସଲ ବୀମା ପ୍ରଦାନ ପାଇଁ ତିନିଦିନ ଆମରଣ ଅନଶନରେ ବସିଥିଲେ । ଉଭୟ ଆନ୍ଦୋଳନରେ ଦାବିପୂରଣର ସଫଳତା ମିଳିଥିଲା । ତାଙ୍କ ବିୟୋଗରେ ଜିଲ୍ଲା ଚାଷୀ ସଂଗଠନର ସମସ୍ତ କର୍ମକର୍ତ୍ତା ମର୍ମାହତ ହେବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତିି । କିଶୋର ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.