centurian jitm

ଅବସରପ୍ରାପ୍ତ ଶିକ୍ଷକ ବିଜୟ ମହାନ୍ତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ମହାନ୍ତି (୮୫) ସୋମବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ମହାନ୍ତି ନିଜ ଗାଁ ଦୀର୍ଘଦିନ ଧରି ଶିକ୍ଷକତା କରି ଅବସର ନେଇଥିଲେ । ତାଙ୍କ ମୃତ୍ୟୁ ପଛରେ ତାଙ୍କ ଧର୍ମପତ୍ନୀ, ତିନି ପୁଅ ମଳୟ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି, ମାନସ ମହାନ୍ତି, ଝିଅ ମିନତୀ ମହାନ୍ତି, ନାତିନାତୁଣୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ପରୋପକାରୀ ମେଳାପି ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କୁ ମାଣ୍ଡୋସିଲ ପୁରାତନ ଛାତ୍ର ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ତାଙ୍କ ବଡ଼ ପୁଅ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.