csstore

ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଅତ୍ୟାଧୁନିକ ସୁଲଭ ଶୌଚାଳୟ ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ପୌରପାଳିକା ତରଫରୁ ନିର୍ମିତ ୨ ଗୋଟି ଅତ୍ୟାଧୁନିକ ସୁଲଭ ଶୌଚାଳୟକୁ ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ଉଦେଶ୍ୟରେ ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥି ମଧ୍ୟରୁ ଗୋଟିଏ ବାରିପଦା ସ୍ଥିତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ କାର୍ଯ୍ୟାଳୟ ପରିସରରେ ଏବଂ ଅନ୍ୟଟି ତକତପୁର ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଛି । ଏହି ଶୁଭ ଉଦ୍‌ଘାଟନ ଅବସରରେ କୋର୍ଟ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ସହିତ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ବିଭିନ୍ନ ୱାର୍ଡର କାଉନ୍‌ସିଲର, ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରବୀର କୁମାର ବସା, ସମ୍ପାଦକ ବିପ୍ଳବ ବାରିକ, ମନ୍ତ୍ରୀଙ୍କ ପ୍ରତିନିଧି କାନ୍ଦ୍ରା ସୋରେନଙ୍କ ସହ ଓକିଲ ବୃନ୍ଦ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.