oom

ଲୋକେ କହିଲେ ଜିଲ୍ଲାପାଳ ହେବେତ ଏମିତି : ଲୋକଙ୍କ ପ୍ରଶାସକ ଜିଲ୍ଲାପାଳ ହେମକାନ୍ତ ସୟ

jsmm

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲାର ବାରିପଦା ମ୍ୟୁନିସିପାଲଟିର ୨୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେବେନ୍ଦ୍ରପୁର ଓ ତତ୍ ସଂଲଗ୍ନ ତାଡ଼କୀ, ପୁରୁଡ଼ିହି, ଗୋପାଳପୁର, ରଙ୍ଗାମାଟିଆ ଓ ଅନ୍ୟାନ୍ୟ ଗ୍ରାମବାସୀମାନେ ରେଳ ଧାରଣାର ଫାଟକ ବନ୍ଦ ହେବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାରିପଦା ଉପଖଣ୍ଡରେ ୦୫/୦୫/୨୫ ରିଖ ଆଜି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ ଅଞ୍ଚଳର ସ୍ଥିୟୀ ବାସିନ୍ଦା ତଥା ସମାଜସେବୀ ଅନାଦି ପଣ୍ଡିତଙ୍କ ନେତୃତ୍ୱରେ ଫାଟକ ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ଖୋଲି ଦିଆଯାଉ ନଚେତ ଫାଟକ ନିକଟରେ ଗଳାପୋଲ (ଙ୍କଦ୍ଭୟରକ୍ସକ୍ଟ୍ରବଗ୍ଦଗ୍ଦ) ନିର୍ମାଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଲିଖିତ ଅନୁରୋଧ କରିଛନ୍ତି । ଏହି ଅଞ୍ଚଳର ମୁଖ୍ୟ ଯାତାୟାତ ରାସ୍ତା ବ୍ରୋଡ଼ଗେଜ ରେଳ ରୁଟ୍ ପାଇଁ ବନ୍ଦ ହୋଇଯିବାରୁ ଦୈନିକ ଜୀବନ ଚର୍ଯ୍ୟା ବ୍ୟବସ୍ଥାରେ ଗଭୀର ବାଧା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷରୁ ଅର୍ଥାତ ରାଜାମହାରାଜାଙ୍କ କାଳରୁ ଉକ୍ତ ରାସ୍ତା ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ରହିଥିଲା କିନ୍ତୁ ହଠାତ୍ ରେଳ ବିଭାଗ ପକ୍ଷରୁ ଉକ୍ତ ଫାଟକ ନଂ ୪୮/୫ ଓ ୪୮/୬ (ରୁପ୍ସା ବାଙ୍ଗିରିପୋଷି ଭାୟା ଛାଞ୍ଚ)କୁ ବନ୍ଦ କରାଯାଇଥିଲା କିନ୍ତୁ ସେହି ସମୟରେ କୁହାଯାଇଥିଲା ଯେ ପରେ ଉକ୍ତ ଫାଟକ ଟି ପୁନର୍ବାର ଖୋଲି ଦିଆଯିବ କିନ୍ତୁ ଅଦ୍ୟାବଧି ଚାହିଁ ହୋଇନାହିଁ । ଆଜି ଅଞ୍ଚଳବାସୀ ଅନାଦି ପଣ୍ଡିତ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିଲେ ଯେ, ବର୍ତ୍ତମାନ ବ୍ୟବହୃତ ରାସ୍ତା ବନ୍ଦ ହୋଇଥିବାରୁ ଆମ୍ବୁଲାନ୍ସ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ, ଗର୍ଭବତୀ ମହିଳା ଓ ରୋଗୀମାନେ ୭-୮ କି.ମି ଦୂର ଅନ୍ୟ ପଥ ଅତିକ୍ରମ କରି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଏହି ଦୁଃଖଦ ପରିସ୍ଥିତି ବାବଦରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ, ଗେଟ୍ ନଂ ୪୮/୫ ଓ ୪୮/୬ ନିକଟରେ ଏକ ଗଳାପୋଲ ନିର୍ମାଣ କରାଗଲେ ସମସ୍ତ ଅଞ୍ଚଳର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହେବ । ନିକଟ ଅତୀତରେ, ଦିନ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ବିଳମ୍ବରେ ହସ୍ପିଟାଲ ପହଞ୍ଚିବାରୁ ତାଙ୍କ ପେଟରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ମଧ୍ୟ ଘଟିଯାଇଛି ବୋଲି କହିଛନ୍ତି । ଜିଲ୍ଲାପାଳ ହେମକାନ୍ତ ସୟ ଘଟଣା ବାବଦରେ ଅବଗତ ହେଲାପରେ ତୁରନ୍ତ ତହସିଲଦାର ବାରିପଦାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ତହସିଲଦାର ବାରିପଦା ସଙ୍ଗେ ସଙ୍ଗେ ଆର.ଆଇ-୩ ଶ୍ରୀ ତନ୍ମୟ ସାହୁଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବଂ ଆର.ଆଇ ଶ୍ରୀ ସାହୁ ଜିଲ୍ଲାପାଳ ଓ ତହସିଲଦାରଙ୍କ ନିର୍ଦ୍ଦେଶାନୁସାରେ ତଦନ୍ତ ମଧ୍ୟ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯଦି ସରକାରୀ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥାଏ ଏବଂ ଅନୁରୋଧ ପତ୍ରରେ ଲିଖିତ ତଥ୍ୟ ବାସ୍ତବ ତାହାଲେ ତଦନ୍ତ ପରେ ଏନ୍.ଓ.ସି ପ୍ରଦାନ ପୂର୍ବକ ରେଳବାଇକୁ ସମସ୍ୟା ବାବଦରେ ଅବଗତ ପୂର୍ବକ ସମାଧାନ ନିମନ୍ତେ ଜିଲ୍ଲାପାଳ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ୨୫ନଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର ଭୁୟସୀ ପ୍ରଶଂସା କରିବା ସହିତ ତାଙ୍କର ଏଭଳି ଜନଦରଦୀ ପଦକ୍ଷେପ ପାଇଁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳର ଜନସମସ୍ୟାକୁ ନେଇ ଜିଲ୍ଲାପାଳ କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ଅଞ୍ଚଳବାସୀ ଅପେକ୍ଷା କରୁଛନ୍ତି । ଅଞ୍ଚଳବାସୀଙ୍କ ସମେତ୍ ଅଞ୍ଚଳର ଲଢୁଆ ଯୁବ ସମାଜସେବୀ ଜଗବନ୍ଧୁ ପଣ୍ଡିତ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଶଂସା ପୂର୍ବକ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.