
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ ପଦବୀ ପାଇଁ ମନୋନୀତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସଭାପତି ଭାବେ ନିର୍ବାଚିତ ହେବା ପରେ ଆଜି ଦଳର ସାଂଗଠନିକ ପଦବୀ ପାଇଁ ନାମ ଘୋଷଣା କରାଯାଇଛି । ତେବେ ବରିଷ୍ଠ ସାଧାରଣ ସଂପାଦକ ପଦବୀରେ ୨୦ ଜଣ ବିଜେଡ଼ିର ବଳିଷ୍ଠ ନେତାଙ୍କୁ ଜୟନ କରାଯାଇଥିବା ବେଳେ ବଲାଙ୍ଗିର ବିଧାୟକ କଳିକେଶଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି । ତେବେ ବରିଷ୍ଠ ସାଧାରଣ ସଂପାଦକମାନଙ୍କ ନାମ ଘୋଷଣା ହେବା ପରେ କଳିକେଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲାଙ୍ଗିର ବିଧାୟକ କଳିକେଶ ଦଳ ତାଙ୍କ ଉପରେ ଭରସା ରଖି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ବିଜେଡ଼ି ସୁପ୍ରିମୋ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।