
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ଶିକ୍ଷା ସେବା-୨କୁ ପଦୋନ୍ନତି ପାଇ ନିରଲମ୍ବ ପ୍ରସାଦ ପଟେଲ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପଟେଲ ୨୦୨୦ ମସିହାରେ ସିନିୟର SES ପଦବୀକୁ ପଦୋନ୍ନତି ପାଇ ଝର୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିବାର ତରଫରୁ ଶ୍ରୀ ପଟେଲଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସ୍ଵାଗତ କରାଯାଇଥିଲା । ଗତ ଅଗଷ୍ଟ ମାସରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଅଭିଳାଷ ସାହୁଙ୍କ ଠାରୁ ଶ୍ରୀ ପଟେଲ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ବିଦ୍ୟାଳୟର ଉନ୍ନତି ଏବଂ ପ୍ରଗତିରେ ସମସ୍ତଙ୍କର ସହଯୋଗ ଆହ୍ଵାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ହରେକୃଷ୍ଣ ମେହେର୍ ଧନ୍ୟବାଦ ଅର୍ପଣ କରିଥିଲେ ।