centurian jitm

ଲାଠୋର ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର

ଖପ୍ରାଖୋଲ, (ଅଶୋକକୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜୟଶ୍ରୀ ଭଇଁଶାଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଭଇଁଶାଲ, ଏପିଓ ପ୍ରଶାନ୍ତ ସାହୁ, ଯନ୍ତ୍ରୀ ରାଜକିଶୋର ନାଏକ, ବିଏସ୍‌ଏସ୍‌ଓ କନିସ୍କ ବିଭାର, ସହ ବିଭିନ୍ନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଲୋକଙ୍କ ଅଭିଯୋଗ ଅନୁଯାୟୀ ସଦର ଲାଠୋରରେ ପାଣିର ସମସ୍ୟା ବହୁତ ଅଧିକ ଥିବାବେଳେ ଏନେଇ ସରପଞ୍ଚ ମହୋଦୟା ପଞ୍ଚାୟତ ତରଫରୁ ୪ଟି ଟ୍ରାକ୍ଟର ସାହାଯ୍ୟରେ ଲୋକଙ୍କୁ ପାଣି ଯୋଗାଉଥିବା ଜଣାପଡିଛି । ଅଭିଯୋଗରେ ଲାଠୋର ଗ୍ରାମବାସୀ ତରଫରୁ ଶ୍ମଶାନ ଘାଟ ତିଆରି ପାଇଁ ଏବଂ ପାଣି ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ବିଡ଼ିଓଙ୍କୁ ଦେଇଥିଲେ । ଭତ୍ତା, ଜମି ଉନ୍ନତିକରଣ ବିଭିନ୍ନ ଅଭିଯୋଗକୁ ନେଇଁ ସମୁଦାୟ ୨୮ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ଜଣାପଡିଛି । ଏହି ଅବସରରେ ପିଇଓ ବାହୁବଳେନ୍ଦ୍ର ପୁରୋହିତ, ଏଡିଇଓ ରୋହିତ ସାହୁ, ନାଏବ ସରପଞ୍ଚ ନୀଳମଣି ବେହେରା, ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.