oom

ବଲାଙ୍ଗିର ସଂସ୍କୃତ ପରିଷଦର ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦ ଦ୍ୱାରା ଜଗତ ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପରିଷଦ ପୂର୍ବତନ ସଭାପତି ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଜୟରାମ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭିକ ସୂଚନା ପରେ ଶଙ୍କରାଚାର୍ୟ୍ୟ ପୂଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଟାଉନ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି ଯୋଗଦେଇ ଶଙ୍କରାଚାର୍ୟ୍ୟଙ୍କ ହିନ୍ଦୁ ଧର୍ମ ସୁରକ୍ଷା ଦିଗରେ ତାଙ୍କର ବିଭିନ୍ନ ଅବଦାର ଉପରେ ମତ ପ୍ରକାଶ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ନାୟକ, ଗିରିଜା ଶଙ୍କର ରଥ, କପିଳ ପତି, ମଦନ ମୋହନ ରଥ, ବନମାଳି ନନ୍ଦ, ମନୋରଞ୍ଜନ ମିଶ୍ର, ପୁରୁଷୋତ୍ତମ ପଣ୍ଡା, ନରେନ୍ଦ୍ର ନାଥ ମିଶ୍ର, ଗୋପବନ୍ଧୁ ଶତପଥି, ନିଳାଚଳ ହୋତା ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପାଳନରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.