oom

ସର୍ବୋପରି ରାଷ୍ଟ୍ର ଗଠନ ଆମର ମୁଖ୍ୟ ଲକ୍ଷ୍ୟ : ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ପ୍ରାରମ୍ଭରେ ଜ୍ଞାନ ଯଜ୍ଞ ପରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ କର କମଳରେ ଉଦ୍‌ଘାଟନ କରି ସର୍ବୋପରି ରାଷ୍ଟ୍ର ଗଠନ କରିବା ପାଇଁ ସମର୍ପିତ ମନୋଭାବ ରଖିବା ଆମର ଲକ୍ଷ୍ୟ ହେଉର ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଯୁଗ୍ମ ସମ୍ପାଦକ ତଥା ଉପାଧ୍ୟକ୍ଷ ଶିକ୍ଷା ବିକାଶ ସମିତି, ଓଡିଶାର ଡଃ ପ୍ରଦୀପ ସାହୁ, ଅନ୍ୟତମ ଅତିଥି ଭାବେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର, ପଶ୍ଚିମ ସଂଭାଗ ସଭାପତି ବେଣୁଧର ପ୍ରଧାନ ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରୀତେଶ କୁମାର ବହିଦାର ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପଶ୍ଚିମ ସଂଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଶ୍ଚିମ ସମ୍ଭାଗ ସହ ସଂଯୋଜକ ଲୋକନାଥ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ ସମସ୍ତଙ୍କ ମନମୁଗ୍ଧକର ଥିଲା । ବରଗଡ଼, ସମ୍ବଲପୁର ଓ ରାଉରକେଲା ବିଭାଗରୁ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ୧୩୨ଟି ଶିଶୁ ମନ୍ଦିରରୁ ୧୪୦ ଜଣ ଗୁରୁଜୀ ଗୁରୁମା ୧୫ ଜଣ ପ୍ରଶିକ୍ଷକ ପ୍ରଶିକ୍ଷିକା ଯୋଗଦେଇ ଥିଲେ । ପ୍ରାନ୍ତ ସମ୍ପାଦକ ଖଗେଶ୍ୱର ଦାଶ, ସମ୍ବଲପୁର ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା, ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି, ରାଉରକେଲା ବିଭାଗ ନିରୀକ୍ଷକ ପ୍ରଦୀପ ମିଶ୍ର, ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସଂପାଦକ ଜନକଲାଲ ମେହେର, ସମାଜସେବୀ ନୀରୋଜ ଦୋରା, ସଭ୍ୟା ମୋନାଲିସା ସ୍ୱାଇଁ, ଛାତ୍ର ସଂସଦ ସଭାପତି ଗୁଣନିଧି ପଟେଲ, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସମେତ ମାତୃଭାରତୀର ସମସ୍ତ ସଭ୍ୟା ବୃନ୍ଦ, ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରଟି ୧୦ ଦିନ ଧରି ପ୍ରଶିକ୍ଷଣ ଦିଆଯିବାର କର୍ଯ୍ୟକ୍ରମ ରହିଛି । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥଲା ।

jittmm
Leave A Reply

Your email address will not be published.