
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡ଼ି କଲେଜରେ ରୋଷେୟା ଭାବେ କାର୍ଯ୍ୟରତ ଥିବା ଯୁବକଙ୍କ ମୃତ୍ୟୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ରର ନାଗପୁରର ରତ୍ନାକର ଗୋବିନ୍ଦ ଅଖଣ୍ଡ ବୟସ ପ୍ରାୟ ୪୨ ବୋଲି ପୁଲିସ ସୂଚନା ଦେଇ କହିଛି । ସୂଚନା ଅନୁସାରେ ରତ୍ନାକର ମଙ୍ଗଳବାର ରାତିରେ ରୋଷେଇ ସାରି ରୁମକୁ ଶୋଇବାକୁ ଯାଇଥିଲେ । ଆଜି ସକାଳେ ରୋଷେଇ କରିବା ପାଇଁ ଆସିନଥିବାରୁ ଷ୍ଟାଫ ଜଣକ ରୁମକୁ ଯାଇ ଦେଖିବା ବେଳକୁ ରତ୍ନାକରର ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖି ପରିସରରେ ଥିବା ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମେଡିକାଲ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୮/୨୫ ମାମଲା ରୁଜୁ କରି ଆଜି ଶବ ବ୍ୟବଛେଦ ପରେ ଆର୍ମି ଷ୍ଟାପକୁ ହସ୍ତାନ୍ତର କରାଯାଇଥିବା ବେଳେ ମର ଶରୀରକୁ ନିଜ ବାସ ଭବନ ମହାରାଷ୍ଟ୍ର ନାଗପୁର ପଠାଯାଇଥିବା ପୁଲିସ କହିଛି ।