
ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପରିସରରେ ବ୍ଲକସ୍ତରୀୟ ପୋଷଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ସିଡିପିଓ ଗୋଲାପୀ ନାୟକଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ପୋଷଣ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଜିତ ମିଶ୍ର, ଜିଲ୍ଲା ପିଓ ସୁଜାତା ଦୋରା, ମମତା ଡିପିସି ଶିବାନୀ ଠାକୁର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା ଓ ଅଜିତ ସାହୁ ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କ ଯତ୍ନର ଆବଶ୍ୟକୀୟ ଉପରେ ଆଲୋଚନା କରିଥିଲେ । ଏହି ପୋଷଣ ଦିବସ ପରିପେକ୍ଷୀରେ ୮ ଜଣ ସ୍ୱାସ୍ଥ୍ୟ ଶିଶୁ ଜନ୍ମ ଦେଇଥିବା ମାଁ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସୁପରଭାଇଜର ସୀମନ୍ତିନୀ ମଲ୍ଲିକ, କ୍ଷୀରେନ୍ଦ୍ରୀ ଭୋଇ, ପକନୀ ଧରୁଆ, ଜ୍ଞାନନ୍ଦା ମହାନନ୍ଦ, ପୋଷଣ ବିସି ମଣ୍ଟୁ ଭୋଇ, ମମତା ବିଏ ସୁନିତା ଭରାସାଗର, ସୁଭଦ୍ରା ଡିଓ ମଞ୍ଜୁରୀ ସିଂ ଭୋଇ, ସୋମ୍ୟାରାଣୀ ସାହୁ ତଥା ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।