
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଟ୍ରେନରୁ ଖସି ପଡ଼ି ଯୁବକ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟଣା- ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି ପଡ଼ିଥିଲେ । ମୃତବ୍ୟକ୍ତି ଜଣକ ଝାରଖଣ୍ଡ ରାଜ୍ୟ ବୋକାରୋ ଜିଲ୍ଲା ଜରିଡି ଥାନା ଅରାଜୁ ଗ୍ରାମର ପରାୟଗ ସୁରେନ ବୋଲି ଜଣାପଡିଛି । ମୃତବ୍ୟକ୍ତି ଜଣକ ଟ୍ରେନରୁ ପଡ଼ିଯିବା ଦେଖି ଟ୍ରେନ ଭିତରେ ଥିବା ଜଣେ ଯାତ୍ରୀ ରେଲୱେ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିଥିଲେ । ଜିଆର୍ପି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖସି ପଡିଥିବା ବ୍ୟକ୍ତିକୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତଦେହକୁ ଜିଆର୍ପି ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।